/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657073023.jpg)
Matric Result
ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଦିନ ଗୋଟାଏରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ । ଏହାର ଏକ ଘଣ୍ଟା ପରେ ଅର୍ଥାତ ଦିନ ଦୁଇଟା ପରେ ପରୀକ୍ଷାର୍ଥୀ ମାନେ ନିଜ ନିଜର ରେଜଲ୍ଟ ୱେବସାଇଟ୍ରୁ ଜାଣିପାରିବେ । ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ପରୀକ୍ଷାର୍ଥୀ ମାନେ WWW.BSEODISHA.AC.IN ଓ ORISSARESULTS.NIC.IN ୱେବସାଇଟ୍ରୁ ରେଜଲ୍ଟ ଜାଣିପାରିବେ । ଏହାଛଡ଼ା ଏସ୍ଏମ୍ଏସ୍ ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ । ଆପଣ OR (10) ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ୍ କଲେ ଆପଣ ପରୀକ୍ଷା ଫଳ ପାଇପାରିବେ । ଦୁଇ ବର୍ଷ ବ୍ୟବଧାନରେ ଅଫ୍ ଲାଇନ୍ ଯୋଗେ ପରୀକ୍ଷା ହୋଇଥିଲା । ଏଥିଲାଗି ମେଧାବୀ ଛାତ୍ରଛାତ୍ରୀ ଆଶାନୁରୂପ ଫଳ ପାଇବେ ବୋଲି ଆଶା ରଖିଛନ୍ତି ।
ପରୀକ୍ଷାର୍ଥୀ ମାନେ WWW.BSEODISHA.AC.IN ୱେବସାଇଟରୁ ରେଜଲ୍ଟ ଜାଣିପାରିବେ । ଏହାଛଡ଼ା ଏସ୍ଏମ୍ଏସ୍ ଜରିଆରେ ବି ପରୀକ୍ଷାର୍ଥୀ ମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ । ଆପଣ OR (10) ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ୍ କଲେ ଆପଣ ପରୀକ୍ଷା ଫଳ ପାଇପାରିବେ । ମହାମାରୀ ଯୋଗୁଁ ଦୁଇ ବର୍ଷ ପରେ ଅଫ୍ ଲାଇନ୍ରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଛି ।
ଏପ୍ରିଲ୍ ୨୮ରୁ ମେ ୭ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମେ ୨୧ରୁ ରାଜ୍ୟର ୫୮ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା । ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି ଇଣ୍ଟରନାଲ୍ ଆସେସମେଣ୍ଟ, ସମେଟିଭ ଆସେସମେଣ୍ଟ ଓ୍ୱାନ୍ ଓ ସମେଟିଭି ଆସେସ୍ମେଣ୍ଟ ଟୁ ର ୱେଟେଜ୍ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)