ଆନୁଷ୍ଠାନିକ ଭାବେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ଘୋଷଣା କରିଛନ୍ତି।
ରେଜଲ୍ଟ ନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି ।
ମେ’ ୨୧ରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଦଶମ ଶ୍ରେଣୀ ସହିତ ଏସ୍ଓସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯାଇଥିଲା। ରାଜ୍ୟର ମୋଟ୍ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହୋଇଥିଲା।