• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ମାମଲା । କଟକ ପାରିବାରିକ ଅଦାଲତରେ ସାକ୍ଷ୍ୟ ପ୍ରଦାନ କଲେ ଅନୁଭବ ମହାନ୍ତି । ସାକ୍ଷ୍ୟ ବେଳେ ବର୍ଷାଙ୍କ ଓକିଲ ଅନୁଭବଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ । ଅନ୍ୟପଟେ କଟକ ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ଅନ୍ୟ ଏକ ଆବେଦନର ଶୁଣାଣି ହୋଇପାରିନାହିଁ । ଅନୁଭବଙ୍କ ଘର ଛାଡି ବିକଳ୍ପ ରହଣି ବ୍ୟବସ୍ଥା କରିବାକୁ ବର୍ଷାଙ୍କୁ ଏସଡିଜେଏମ୍ ଦେଇଥିବା ନିର୍ଦେଶ ଉପରେ ଜିଲ୍ଲା ଜଜ୍ କୋର୍ଟରେ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିଲା ।

ପୂର୍ବରୁ ଜିଲ୍ଲା ଜଜ୍ ଏହା ଉପରେ ଅନ୍ତରୀଣ ସ୍ଥଗିତଦେଶ ଜାରି କରିବା ସହ ପୁନର୍ବାର ଶୁଣାଣି ପାଇଁ ଆଜିକୁ ଦିନ ଧର୍ଯ୍ୟ କରିଥିଲେ । ସେପଟେ ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ପୋଷ୍ଟ କରିବା ପ୍ରସଙ୍ଗରେ ହାଇକୋର୍ଟରେ ମାମଲା ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା । ଆସନ୍ତା ୧୧ ତାରିଖରେ ଉପଯୁକ୍ତ ଖଣ୍ଡପୀଠରେ ଶୁଣାଣି କରାଯିବ ବୋଲି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି ।

ସୂଚନାଯୋଗ୍ୟ, ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କୋର୍ଟ ଲଗାଇଥିଲେ ରୋକ୍ । SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଥିଲେ କଟକ ଜିଲ୍ଲା ଜଜ୍ । ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବାକୁ SDJM ଦେଇଥିଲେ ନିର୍ଦ୍ଦେଶ । ଘରଭଡ଼ା ବାବଦରେ ଅନୁଭବ ମାସିକ ୩୦ ହଜାର ଦେବାକୁ ନିର୍ଦ୍ଦେଶ ଥିଲା । ଏମିତିକି ପ୍ରତି ମାସ ୧୦ ତାରିଖ କିମ୍ବା ତା ପୂର୍ବରୁ ବର୍ଷାଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଥିଲେ ।

ସାଂସଦ ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦ ମାମଲାରେ ଗତ ଜୁନ ୨ ତାରିଖରେ ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଥିଲେ SDJM କୋର୍ଟ । ଆଉ ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ ବର୍ଷାଙ୍କୁ କୋର୍ଟ ଦେଇଥିଲେ ନିର୍ଦ୍ଦେଶ ।