• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ସାମ୍ନାକୁ ଆସିଲା ରାଗିଂ । ଖଣ୍ଡଗିରି ଥାନାରେ ଛାତ୍ରଙ୍କ ଅଭିଯୋଗ । ରାଗିଂ ନେଇ ବେସିକ ସାଇନ୍ସ କଲେଜର ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ଅଭିଯୋଗ କରିଛନ୍ତି । କଲେଜର ୩ ସିନିଅର ଛାତ୍ର ରାଗିଂ କରୁଥିବା ଅଭିଯୋଗ କରିଛନ୍ତି । ମଦ ପିଇବାକୁ ଟଙ୍କା ନ ଦେବାରୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଛାତ୍ର ଜଣକ ।

ତେବେ ଏହାପୂର୍ବରୁ ବିଜେବି କଲେଜରେ ରାଗିଂ ଯୋଗୁଁ ଜଣେ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲିଟିଥିବା ବେଳେ ଦେବଗଡ଼ରୁ ମଧ୍ୟ ଆସିଛି ରାଗିଂ ଅଭିଯୋଗ । ଜଣେ ଏଏନ୍‌ଏମ୍‌ ଛାତ୍ରୀ ରାଗିଂର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଦେବଗଡ଼ ଏଏନ୍ଏମ୍ ସେଂଟରରୁ ଆସିଛି ଏହି ରାଗିଂ ଅଭିଯୋଗ ।

ପ୍ରଥମ ବର୍ଷ ଛାତ୍ରୀ କଳ୍ପନା କିଷାନ ଏହି ଅଭିଯୋଗ ଆଣିଛନ୍ତି । ଗତ ୩ ମାସ ହେଲା ସିନିୟର ଛାତ୍ରୀ ତାଙ୍କୁ ରାଗିଂ କରୁଥିବା ସେ ଅଭିଯୋଗ କରିଛନ୍ତି । କଳ୍ପନା କହିଛନ୍ତି, ତାଙ୍କୁ ଲଗାତର ମାନସିକ ନିର୍ଯାତନା ଦିଆଯାଉଛି । ସିନିୟର ଛାତ୍ରୀ ମନ ମୁତାବକ କରିଥିବା ନିୟମକୁ ମାନିବାକୁ ବାଧ୍ୟ କରୁଛନ୍ତି । ନିୟମ ନମାନିଲେ ମାନସିକ ନିର୍ଯାତନା ଦେଉଛନ୍ତି । ରାଗିଂ ବିଷୟରେ କାହାକୁ ନଜଣାଇବାକୁ ତାଗିଦ କରିଛନ୍ତି ।

ତେବେ ଏନେଇ ସେ ଗତକାଲି ଆଣ୍ଟି ରାଗିଂ ସ୍କ୍ୱାର୍ଡକୁ ଅଭିଯୋଗ କରିଥିବା ବେଳେ ଦେବଗଡ ସିଡିଏମଓଙ୍କୁ ଅଭିଯୋଗ କରିଛନ୍ତି କଳ୍ପନା । ଏହାପରେ ପ୍ରଶିକ୍ଷଣ କେନ୍ଦ୍ରରେ ତଦନ୍ତ ଆରମ୍ଭ ହୋଇଛି । ସିଡିଏମଓଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାର ତଦନ୍ତ କରୁଛି ।