Advertisment

କୁଆଡ଼େ ଗଲେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ? ରେଜିଷ୍ଟ୍ରରରେ ମାମୁଙ୍କ ନାଁ...

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଯୁକ୍ତ ୩ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସୁଭାଷିନୀଙ୍କ ବାପା ନିଖୋଜ ଘଟଣା ପାଇଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଦାୟୀ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Utkal Sangeet Mahavidyalaya girl student goes missing in Bhubaneswar

Utkal Sangeet Mahavidyalaya girl student goes missing in Bhubaneswar

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଯୁକ୍ତ ୩ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ନିଖୋଜ ଛାତ୍ରୀ ହେଲେ ଓଡ଼ିଶୀ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ସୁଭାଷିନୀ ମଲ୍ଲିକ।ଶୁକ୍ରବାରଠୁ ସେ ନିଖୋଜ ଥିବା ନେଇ ତାଙ୍କ ବାପା  କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଏହାସହ ସୁଭାଷିନୀଙ୍କ ବାପା କଲେଜ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଭେଟି ମଧ୍ୟ ଅଭିଯୋଗ ଜଣାଇଛନ୍ତି।

Advertisment

ସୁଭାଷିନୀଙ୍କ ବାପା ନିଖୋଜ ଘଟଣା ପାଇଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଦାୟୀ କରିଛନ୍ତି। ଛାତ୍ରୀଙ୍କ ମାମୁ ତାଙ୍କୁ ହଷ୍ଟେଲରୁ ନେଇଥବା ରେଜିଷ୍ଟ୍ରରରେ ଉଲ୍ଲେଖ ରହିଛି। ତେବେ ଛାତ୍ରୀ ଜଣକ ଜାଣିଶୁଣି ନିଜ ମାମୁଙ୍କ ନାଁରେ ନକଲି ଦସ୍ତଖତ କରି କ୍ଲାସ୍‌ କରିବାକୁ ଯିବା ପରେ ଆଉ ହଷ୍ଟେଲ ଫେରି ନଥିବା ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି।

ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଖବର ଲେଖାଯିବା ସୁଦ୍ଧା ପୋଲିସର ପ୍ରତିକ୍ରିୟା ମିଳିପାରିନି।

Advertisment
Student Missing Utkal Sangeet Mahavidyalaya
Advertisment
Advertisment