• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ । ଦୋଷୀଙ୍କୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି ରୁଚିକାଙ୍କ ବାପା । ସେ କହିଛନ୍ତି, ହଷ୍ଟେଲ କର୍ତ୍ତୃପକ୍ଷ ଝିଅକୁ ରାଗିଂ କଥା ଜାଣିଛନ୍ତି, ମାତ୍ର ଲୁଚାଉଛନ୍ତି । ଭବିଷ୍ୟତରେ ତାଙ୍କ ପରି ଆଉ କୌଣସି ଅଭିଭାବକ ଏପରି ସ୍ଥିତି ନ ଭୋଗନ୍ତୁ ।

ସେପଟେ ମୃତ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ବିଜେବି କଲେଜ ଫାଟକ ଆଗରେ ଧାରଣା ଦେଇଛି ନବ ନିର୍ମାଣ ଛାତ୍ର ସଂଗଠନ । ରୁଚିକାଙ୍କ ବାପା ଓ ମାଆ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି । ତେଣେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଖୋଳତାଡ଼ ପାଇଁ କଲେଜରେ ପହଞ୍ଚିଛନ୍ତି ମହିଳା କମିଶନ । ଅଧ୍ୟକ୍ଷା ମିନତୀ ବେହେରା କଲେଜରେ ପହଞ୍ଚି ହଷ୍ଟେଲ ୱାର୍ଡେନ ଓ ଛାତ୍ରୀଙ୍କୁ ସେ ପଚରାଉଚରା କରିଛନ୍ତି । କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେନେଇ ଅନୁସନ୍ଧାନ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ।

ଅନ୍ୟପଟେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ବିଧାନସଭାରେ ଉଠାଇବେ ବିରୋଧୀ । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ସରକାର କୌଣସି ଠୋସ ପଦକ୍ଷେପ ନେଉନାହାଁନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ସେହିପରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଶୀଘ୍ର ଦୋଷୀକୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଆଗାମୀ ଦିନରେ କଂଗ୍ରେସ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବ ବୋଲି ସେ କହିଛନ୍ତିି । ସେପଟେ ଏନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନି ।