/odishatv-khabar/media/post_attachments/uploadimage/library/16_9/16_9_0/WHO_1657023159.jpg)
WHO
ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶାର ସଫଳତା ଦେଖିବାକୁ ଆସିଛନ୍ତି WHO ଟିମ । ୨୦୧୬ ମସିହାରେ ରାଜ୍ୟରେ ସାଢେ ୪ ଲକ୍ଷ ମ୍ୟାଲେରିଆ କେସ ଦେଖିବାକୁ ମିଳିଥିଲା । ଗତ ବର୍ଷ ଏହି ସଂଖ୍ୟା ଖସି ୨୫ ହଜାରରେ ପହଞ୍ଚିଛି । ତେଣୁ ଓଡ଼ିଶା କିଭଳି ଏଭଳି ସଫଳତା ପାଇଛି, ଏହାର ଅନୁକରଣ କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ଓଡ଼ିଶା ଆସିଛନ୍ତି । ଓଡ଼ିଶାରେ ପହଞ୍ଚିବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି WHOର ଟିମ୍ । ପ୍ରାର୍ଥମିକ ପର୍ଯ୍ୟାୟରେ ଏହି ଟିମ୍ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)