• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦ୍ରୌପଦୀ ମୁର୍ମୁଙ୍କ ବିଜୟକୁ ନେଇ ଆରମ୍ଭ ହୋଇଯାଇଛି ଶ୍ରେୟ ରାଜନୀତି । ଦ୍ରୌପଦୀ ମର୍ମୁଙ୍କ ବିଜୟ ପରେ ସେଲିବ୍ରେସନ୍ ପଲଟିକ୍ସି । ଏନିଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ଉଭୟେ ବିଜେପି ଏବଂ ବିଜେଡି କ୍ୟାମ୍ପରେ ଉତ୍ସବ ପାଳନକୁ ନେଇ ପ୍ରତିଯୋଗିତା । ଦେଶବ୍ୟାପ ବିଜେପି ପକ୍ଷରୁ ସେଲିବ୍ରେସନ୍ ପାଳନ କରାଯାଉଥିବା ବେଳେ ବିଜେଡି ପକ୍ଷରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରାଯାଇଛି ।

କେବଳ ବିଜେପି କାଳେ ରାଜ୍ୟରେ ମାଇଲେଜ୍ ନେଇଯିବ ଏଥିପାଇଁ ବିଜେଡି କୌଣସି ପ୍ରକାର ସୁଯୋଗ ହାତ ଛଡା କରିବାକୁ ପ୍ରସ୍ତୁତ ନୁହେଁ । ଦ୍ରୌପଦୀ ମୁର୍ମୁ ନବୀନଙ୍କୁ ରାକ୍ଷୀ ବାନ୍ଧୁଥିବା ଫଟୋକୁ ପ୍ଲାକାର୍ଡ କରି ହାତରେ ଧରି ବିଜେଡି ବିଭିନ୍ନ ସ୍ଥାନରେ କରିଛି ଉତ୍ସବ ପାଳନ । ଦଳ ଦେଖାଇବାକୁ ଚାହୁଁଛି ରାକ୍ଷୀ ଭଉଣୀ ପାଇଁ ନବୀନ କିଭଳି ସବୁକିଛି କରିଛନ୍ତି । ବିଜୟ ପରେ ବିଜେଡିର ମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଧାୟକମାନେ କରିଥିଲେ ଜବରଦସ୍ତ ସେଲିବ୍ରେସନ୍ ।

ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଏହାର ପୁରା ଶ୍ରେୟ ନେବା ପାଇଁ ଜବରଦସ୍ତ ଉଦ୍ୟମ କରିଥିଲା ବିଜେଡି । ଆଉ ବିଜୟ ପରେ ଏହି ମୌକାକୁ ଦଳ କିପରି ବା ହାତ ଛଡା କରିଥାନ୍ତା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରୁଛନ୍ତି । ୨୫ ତାରିଖରେ ହେବାକୁ ଥିବା ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ନବୀନ । ସେପଟେ ବିଜେପି ତରଫରୁ ମଧ୍ୟ ନିଜ ଦଳର ନେତ୍ରୀଙ୍କ ପାଇଁ ଦିଲ୍ଲୀ ଠାରୁ ଆରମ୍ଭ କରି ପଲ୍ଲୀ ଯାଏଁ ଉତ୍ସବ ପାଳନ କରାଯାଇଛି ।

ଆଜି ବିଧାନସଭାରେ ବି ଦ୍ରୌପଦୀଙ୍କ ବିଜୟର ଗାଥା । ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠି ସର୍ବସମ୍ମତିକ୍ରମେ ଧନ୍ୟବାଦ ପ୍ରସ୍ତାବ ଆଣିବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ ବିଜେଡ଼ି ପକ୍ଷରୁ ବିଧାୟକ ଅମର ଶତପଥୀ ସମର୍ଥନ ଜଣାଇଥିଲେ । ସେପଟେ ଏହାକୁ କଂଗ୍ରେସ ସମର୍ଥନ କରିନଥିଲେ ମଧ୍ୟ ବିଧାୟକ ସୁରେଶ କୁମାର ରାଉତରାୟ ଦ୍ରୌପଦୀ ଓଡ଼ିଶାର ଗର୍ବ ବୋଲି ଗୃହରେ କହିଛନ୍ତି । ବିଜେଡିର ସେଲିବ୍ରେସନ୍ ରାଜନୀତିକୁ ନେଇ ବିଜେପି କହିଛି ଲୋକ ଜାଣିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ବିଜୟର ପ୍ରକୃତ ସତ । କଂଗ୍ରେସର ଅଭିଯୋଗ, ଉଭୟ ବିଜେଡ଼ି ଓ ବିଜେପି ଆଦିବାସୀ ଭୋଟ ବ୍ୟାଙ୍କ ଲାଗି ରାଜନୀତି କରୁଛନ୍ତି, କୌଣସି ଆନ୍ତରିକତା ନାହିଁ ।