• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟମହାପାତ୍ରଙ୍କ ପରଲୋକ । କ୍ୟାନ୍ସରରେ ପଡ଼ି ଦୀର୍ଘ ଦିନ ଚିକିତ୍ସିତ ହେବା ପରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ପ୍ରାଣ ହରାଇଛନ୍ତି । ବହୁ ଓଡ଼ିଆ ଧାରାବାହିକରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ ରାଜେଶ୍ୱରୀ । ତେବେ ସେ କର୍କଟ ରୋଗରେ ପୀଡିତ ହେବା ପରେ ଲୋକଙ୍କୁ ରୋଗ ସମ୍ପର୍କରେ ସଚେତନ କରିବା ସହ ଲୋକଙ୍କ ମନୋବଳ ବଢାଉଥିଲେ । ଆଜି ତାଙ୍କ ଅକାଳ ବିୟୋଗରେ ଓଡ଼ିଆ ସିନେମା ଏବଂ ସିରିୟଲ ଜଗତରେ ଶୋକର ଛାୟା ଖେଳିଯାଇଛି ।

ବୟସ ହୋଇନଥିଲା । ଆୟୁଷ ସରିଗଲା  କେହି ବିଶ୍ୱାସ ବି କରିପାରୁନହାନ୍ତି ଅଚାନକ ଏମିତି ଚାଲିଯିବେ । ଓଡିଆ ଟେଲି ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସାଉଁଟି ଥିଲେ ରାଜେଶ୍ୱରୀ ରାଏମହାପାତ୍ର । ସେଥିଲେ ଉଆଁସି କନ୍ୟାର ଅଳକା, ଦେବୀ ଧାରାବାହିକର ଈଶା । ଏଭଳି ଅନେକ ସିରିୟଲରେ ଅଭିନୟ କରି ଲୋକଙ୍କ ହୃଦୟରେ ରାଜ କରୁଥିଲେ ରାଜେଶ୍ୱରୀ । ଜଣେ ଚରିତ୍ର ଅଭିନେତ୍ରୀ ଏବଂ ଖଳନାୟିକ ଭାବେ ସେ ବେଶ ପରିଚିତ ଥିଲେ । ଦୁସାଧ୍ୟ କର୍କଟ ରୋଗରେ ଦୀର୍ଘ ଦିନ ଧରି ଯୁଝିବା ପରେ ଶେଷରେ ଆଖି ବୁଜିଛନ୍ତି ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ ଅଳକା । ୩୫ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ରାଜେଶ୍ୱରୀ । ତାଙ୍କ ମତ୍ୟୁ ପରେ ସମଗ୍ର ଟେଲିଭିଜନ ଓ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

 

୨୦୧୮ରୁ ଉଭୟେ ଫୁସ୍‌ଫୁସ୍ ଏବଂ ମସ୍ତିସ୍କ କର୍କଟରେ ପିଡୀତ ଥିଲେ ରାଜେଶ୍ୱରୀ । ଏହା ସତ୍ତ୍ୱେ ମଧ୍ୟ ପଛକୁ ଫେରିନାହାନ୍ତି ସେ । ହୃଦୟରେ କଷ୍ଟକୁ ଚାପି ଧରି ପରଦାରେ ଲୋକଙ୍କ ଆଗରେ ବେଶ ଚମତ୍କାର ଢଙ୍ଗରେ ନିଜ ଅଭିନୟ ଦେଖାଉଥିଲେ । ଦେହରେ ଯନ୍ତ୍ରଣାକୁ ଚାପି ରଖି ଓଠରେ ସଂଳାପ କହିବାର କଳା ବୋଧ୍ ହୁଏ ତାଙ୍କୁ ହିଁ ଜଣାଥିଲା । ଓଡିଆ ଟେଲି ଜଗତରେ ଅନେକ ଧାରାବାହିକରେ ଅଭିନୟ କରିଥିଲେ ରାଜେଶ୍ୱରୀ । ତାଙ୍କ ନିଖୁଣ ଅଭିନୟ ପାଇଁ ଓଡ଼ିଶାର ନମ୍ବର ୱାନ ମନୋରଞ୍ଜନ ଧର୍ମୀ ଚ୍ୟାନେଲ ତରଙ୍ଗ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଖଳନାୟିକା ଭାବେ ପୁରଷ୍କୃତ କରାଯାଇଥିଲା । ଏହା ସହ ସତ୍ୟମେବ୍ ଜୟତେ, ଆରେ ସାଥୀ ଆ, ବ୍ଲାକମେଲ୍ ଭଳି ଚଳଚ୍ଚିତ୍ରରେ ମଧ୍ୟ ବଡ଼ ପରଦାରେ ଅଭିନୟ କରିଥିଲେ ସେ ।