• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଳମ୍ବ ହେଉଛି ରତ୍ନଭଣ୍ଡାର ମରାମତି । ଧାର୍ଯ୍ୟଦିନରୁ ଟିକେ ବିଳମ୍ବ ହେଉଛି । ମରାମତି କାମ ଆଉ ମାସେ କିମ୍ବା ଦୁଇ ମାସ ଲାଗିବ । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଯେତିକି ଆକଳନ କରାଯାଇଥିଲା, ତାଠୁ ଅଧିକ ମରାମତି ଆବଶ୍ୟକ ରହିଛି । ରଥଯାତ୍ରା ପୂର୍ବରୁ ଗଣତି ମଣତି ପ୍ରକ୍ରିୟା ଶେଷ କରିବୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ପୁରା ଆକଳନ ଏ ପର୍ଯ୍ୟନ୍ତ ହୋଇପାରିନି । ମରାମତି ପାଇଁ ଆଉ ମାସେ କିମ୍ବା ଦୁଇ ମାସ ଲାଗିବ । ଏହାପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରିପାରିବୁ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ତେବେ ରଥଯାତ୍ରା ପୂର୍ବରୁ ଗଣତି ମଣତିର ପ୍ରକ୍ରିୟା ଶେଷ କରିବୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେହିପରି ଏଏସଆଇକୁ ମନ୍ଦିର ପ୍ରଶାସନ ମରାମତି ପାଇଁ ସମୟ ଦେଉନଥିବା ଅଭିଯୋଗ ଉପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ ରୀତିନୀତି ସହିତ ମରାମତି ଚାଲୁଛି । ରୀତିନୀତିରୁ ଚାରିରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି । ଏଏସଆଇର ସହମତିରେ କାମ ଚାଲିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ୨୯ ନିର୍ବାଚନ ପାଇଁ ଦକ୍ଷିଣ ଓଡ଼ିଶା ମଡେଲ ଆପଣାଇବ କଂଗ୍ରେସ

OTV is now on Whatsapp

Join and get latest news update delivered to you via whatsapp

Join Now