/odishatv-khabar/media/post_attachments/uploadimage/library/16_9/16_9_0/CAG_1659365344.jpg)
CAG
ସିଏଜି ଧରିଲା ଜଙ୍ଗଲ ଓ ପରିବେଶ ବିଭାଗର ବଡ଼ ଦୁର୍ନୀତି । ସାମ୍ନାକୁ ଆସିଲା ଅର୍ଥ ଅପଚୟ ସହ ଠିକାଦାରୀ ପ୍ରୀତି । ସିଏଜି ଦର୍ଶାଇଛନ୍ତି ଯେ ରାଜ୍ୟରେ ୪୮୫ ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ୧୯୧ଟି ବିଫଳ । ୧୩ କୋଟି ୧୭ ଲକ୍ଷ ଟଙ୍କା ପାଣିରେ ପଡ଼ିଛି । ଏମିତିକି ସହରାଞ୍ଚଳ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ୩୯ କୋଟି ୮୦ ଲକ୍ଷ ଟଙ୍କା ଅତିରିକ୍ତ ବ୍ୟୟ ହୋଇଛି । ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବାଡ଼ ର୍ନିମାଣରେ ପାଣ୍ଠିର ଅନିୟମିତତା ଓ ଆବଣ୍ଟନରେ ୪୦ କୋଟି ୮୨ ଲକ୍ଷ ଅଧିକ ବ୍ୟୟ ହୋଇଛି ।
ଉଚ୍ଚ ନ୍ୟାୟଳୟର ଆଦେଶ ଅବମାନନା କରି ଦୁଇ ଜଣ ର୍ନିବାହୀ ଯନ୍ତ୍ରୀ ଠିକାଦରାଙ୍କୁ ୯୦ କୋଟି ୧୨ ଲକ୍ଷ ଟଙ୍କା ଦେଇଛନ୍ତି । ସେହିଭଳି ରାଜ୍ୟର ୭ଟି ସରକାରୀ ନିଗମର କ୍ଷତି ପାଖାପାଖି ୩୦୪ କୋଟି ୫୨ ଲକ୍ଷ ଟଙ୍କା ବୋଲି ସିଏଜି ଦର୍ଶାଇଛନ୍ତି । ସେପଟେ ବକସାଇଟ୍ ଉତ୍ପାଦନରେ ଖର୍ଚ୍ଚ ଆକଳନ କମ୍ ହୋଇଥିବାରୁ ଓଡ଼ିଶା ଖଣି ନିଗମ ୬୧ କୋଟି ୭ ଲକ୍ଷ କୋଟିର ରାଜସ୍ୱ ହରାଇଛି । ଓଡ଼ିଶା ର୍ନିମାଣ ନିଗମ ଆୟକର ବ୍ୟୟର ହିସାବ ତ୍ରୁଟି ଯୋଗୁଁ ୩ କୋଟି ୫୭ ଲକ୍ଷ ଟଙ୍କା ସୁଧ ଆକାରରେ ତଣ୍ଡ ଗଣିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)