• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୦୧୬ରୁ ୨୦୨୨। ୬ ବର୍ଷ ତଳର କଳଙ୍କରୁ ମୁକ୍ତ ହୋଇଗଲେ ଅଭିନେତା ପପୁ । ବହୁଚର୍ଚ୍ଚିତ କାଷ୍ଟିଂକାଉଚ ମାମଲାରେ ଆଜି ମୁକ୍ତ ହୋଇଛନ୍ତି ଅଭିନେତା ପପୁ ପମ୍ ପମ୍ । ଜଣେ ନାବାଳିକାକୁ ଅସଦାଚରଣ ଅଭିଯୋଗ ମାମଲାରେ ସ୍ୱତନ୍ତ୍ର ପକ୍ସୋକୋର୍ଟ ଆଜି ଖଲାସ କରିଛନ୍ତି ପପୁ ଏବଂ ତାଙ୍କ ସହଯୋଗୀ ଗିଟୁ ଓରଫ୍ ପ୍ରଦୀପ୍ତ କୁମାର ସ୍ୱାଇଁଙ୍କୁ । ଉଭୟଙ୍କ ବିରୋଧରେ ସାକ୍ଷ୍ୟ ପ୍ରମାଣ ଅଭାବ ଦର୍ଶାଇ ସ୍ୱତନ୍ତ୍ର ପକ୍ସୋକୋର୍ଟ ଆଜି ଖଲାସ କରିଛନ୍ତି ।

ପପୁ କହିଛନ୍ତି, ଅଭିଯୋଗ ମିଛ ଥିଲା । ପୋଲିସ, ପ୍ରେସରରେ ଗିରଫ କରିଥିଲା । ଥାନାରେ ଏତଲା ପରେ ମୋ ଘରେ ୭ ଦିନିଆ ନୋଟିସ ଦିଆଯାଇଥିଲା । ନୋଟିସ ସତ୍ତ୍ୱେ ମୋତେ ଦିନକ ପରେ ଗିରଫ କଲା ପୋଲିସ । ପପୁ ଆହୁରି କହିଛନ୍ତି ଯେ, ଅଭିଯୋଗକାରିଣୀ କୌଣସି ଏତଲା ଦେଇନଥିବା କୋର୍ଟରେ କହିଛନ୍ତି । ସଂପୃକ୍ତ ଝିଅ କହିଥିଲେ, ମୋତେ କେବଳ ଦସ୍ତଖତ ଦେବାକୁ କୁହାଗଲା । ଅଭିଯୋଗ ମିଛ ଥିବାରୁ ତଦନ୍ତ ଅଧିକାରୀ ବି କୋର୍ଟ ଆସିଲେନି । ତେବେ ଅଭିଯୋଗକାରିଣୀଙ୍କ ଅଭିଯୋଗ, ଏତଲାକାରୀ, ତାଙ୍କ ବିରୋଧରେ ପ୍ରସାରିତ ଭୁଲ୍ ଖବର ସବୁକୁ ତର୍ଜମା କରି କେସ୍ କରିବି ବୋଲି କହିଛନ୍ତି ପପୁ ।

୨୦୧୬, ମେ’ ୨୫ । ପପୁଙ୍କ ନାଁରେ ଦ ଫ୍ରେଣ୍ଡସ୍ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱବର ମହିଳା ଥାନାରେ ହୋଇଥିଲା କାଷ୍ଟିଂ କାଉଚ୍ ଅଭିଯୋଗ । ଜଣେ ଅଭିନେତ୍ରୀ ଆଶାୟୀ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ଆଣି ପପୁ ଓ ସହଯୋଗୀ ପ୍ରଦୀପ୍ତଙ୍କ ନାଁରେ ଦିଆଯାଇଥିଲା ଏତଲା । ଏହି ଘଟଣାରେ ସତ୍ୟତା ଥିବା ଅନୁଭବ କରି ମାମଲା ରୁଜୁ ପାଇଁ ସିଡବ୍ଲୁସି ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ଦଫା ୩୫୪-(କ), ୫୦୬, ୫୦୯ ସହ ପ୍ରିଭେନସନ ଅଫ ଚାଇଲ୍ଡ଼ ସେକ୍ସଚୁଆଲ୍ ହାରାସମେଣ୍ଟ ଆଇନର ଧାରା ୮ ଏବଂ ୧୨ ଲଗାଇଥିଲା । ତାସହ ସଂପୃକ୍ତ ନାବାଳିକା ଓ ତାଙ୍କ ମା’ଙ୍କ ବୟାନ ପରେ ରେକର୍ଡ ।

ପପୁ ଏବଂ ସହଯୋଗୀ ପ୍ରଦୀପ୍ତଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ । ଶେଷରେ ୨୦୧୬, ମେ’ ୩୦ ତାରିଖରେ ପୁରୀର ଏକ ଆପାର୍ଟମେଣ୍ଟରୁ ଉଭୟଙ୍କୁ ଗିରଫ କରିଥିଲା । ଏବେ ପପୁ ନିର୍ଦ୍ଦୋଷ ବୋଲି ସ୍ୱତନ୍ତ୍ର ପକ୍ସୋ କୋର୍ଟଙ୍କ ରାୟ ପରେ ଫ୍ରେଣ୍ଡସ୍ ଫାଉଣ୍ଡେସନ ସଂସ୍ଥା କହିଛି, ୧୬୧ ଓ ୧୬୪ ବୟାନ ରେକର୍ଡ ସତ୍ତ୍ୱେ ତଦନ୍ତ ପ୍ରକ୍ରିୟା ଭିତରେ କେମିତି ସବୁକିଛି ବଦଳିଗଲା ? ଆମେ ଏନେଇ ହାଇକୋର୍ଟକୁ ଯିବୁ ।

 

ତେବେ ୧୬୧ ଓ ୧୬୪ ବୟାନ ରେକର୍ଡ ଆଧାରରେ ପପୁଙ୍କୁ ଗିରଫ କରାଯାଇଥିବା ବେଳେ ଶୁଣାଣି ବେଳେ ବଦଳିଗଲା କି ଅଭିଯୋଗକାରିଣୀଙ୍କ ବୟାନ ? ଯଦି ବୟାନ ବଦଳିଗଲା, ସେତେବେଳେ କଣ କରୁଥିଲେ ତଦନ୍ତକାରୀ ଅଧିକାରୀ ? ବାରମ୍ବାର କୋର୍ଟଙ୍କ ଡକରା ସତ୍ତ୍ୱେ କାହିଁକି ସେ ଆସୁନଥିଲେ ? ମାମଲାରେ ପପୁ ନିର୍ଦ୍ଦୋଷ ହେବା ପଛର କାରଣ କଣ ? ଦୁର୍ବଳ ହେଲା କି ତଦନ୍ତ ପ୍ରକ୍ରିୟା ? ଏବେ ଛିଡ଼ା ହୋଇଛି ଏଭଳି ନାନା ପ୍ରଶ୍ନ ।