• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜନ୍ମଦିନରେ ବାବୁସାନଙ୍କ ମଙ୍ଗଳ କାମନା କଲେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର । ବାବୁ ଆଗକୁ ଭଲ କାମ କରୁ, ଆହୁରି ସୁନାମ ଅର୍ଜନ କରୁ ବୋଲି ମନ୍ମଥ କହିଛନ୍ତି । ଦୁଃଖର କଳାଦାବଲ ହଟିଯାଇଛି । ବାବୁସାନ୍ ଆଗକୁ ଆହୁରି ଉନ୍ନତି କରୁ ବୋଲି ସେ କହିଛନ୍ତି । ସେ ଜଣେ ଶାନ୍ତିପ୍ରିୟ ଲୋକ । କୌଣସି ବିବାଦ ଭିତରେ ସେ ରହିବାକୁ ଚାହାଁନ୍ତି ନାହିଁ । ଯଦି କିଛି ସମସ୍ୟା ଅଛି, ତୁରନ୍ତ ତାହାର ସମାଧାନ ହେଇଯାଉ ବୋଲି ମନ୍ମଥ କହିଛନ୍ତି ।

ସେହିପରି ପ୍ରକୃତି ବମ୍ବେ ଯାଇ ନିଜ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯାହା ଘଟଣା ଘଟିଲା ସବୁକିଛି ଭୁଲି କାମ କରିବା ପାଇଁ ଝିଅ ପ୍ରକୃତିଙ୍କୁ ପରାମର୍ଶ ଦେଇଛନ୍ତି ମନ୍ମଥ । କାହା ସଙ୍ଗରେ କୌଣସି ଅପ୍ରୀତିକର ସଂପର୍କ ରହୁ ବୋଲି ସେ ଚାହାନ୍ତି ନାହିଁ । ସମସ୍ୟାର ସମାଧାନ ପରେ ଯାହା ପ୍ରଭୁ ଜଗନ୍ନାଥଙ୍କର ଇଚ୍ଛା ଥିବ ସେୟା ହେବ । ବାବୁସାନଙ୍କ ପରିବାର ପକ୍ଷରୁ ଯେଉଁ କେସ୍ ଦିଆଯାଇଛି ସେମାନେ ତାହା ଉଠାଇଲେ, ସେ ମଧ୍ୟ ନିଜ କେସ୍ ଉଠାଇ ନେବେ ବୋଲି ମନ୍ମଥ କହିଛନ୍ତି ।

ଅନ୍ୟପଟେ ଆଜି ଥାନାରେ ପହଞ୍ଚିଥିଲେ ବାବୁସାନ୍ । କିଛି ସମୟର ପଚରାଉଚରା ପରେ ଥାନାରୁ ବାହାରିଥିଲେ । ଆଜି ତାଙ୍କର ଜନ୍ମଦିନ ଥିବାବେଳେ ନୋଟିସ୍‌ ଅନୁସାରେ ଖାରବେଳେ ନଗର ଥାନାକୁ ଯାଇଥିଲେ ଅଭିନେତା । ତେବେ ଥାନାରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ନଦେଇ ଫେରି ଯାଇଥିଲେ । ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ଓ ତାଙ୍କ ସହଯୋଗୀ ମଧ୍ୟ ଥାନାକୁ ଆସିଥିଲେ ।

ବାବୁସାନଙ୍କୁ ପଚରାଉଚରା କରାଯାଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ନୋଟିସ୍ ମୁତାବକ ବାବୁସାନ ଥାନାକୁ ଆସିଥିଲେ ବୋଲି ସେ କହିଛନ୍ତି । ବାବୁସାନ ତଦନ୍ତରେ ପୂରା ସହଯୋଗ କରିଛନ୍ତି । ଷ୍ଟାର ଘର କଳି ପାଇଁ ଦୁଇଟି ମାମଲା ନେଇ ପଚରାଉଚରା କରାଯାଇଥିବା ସେ କହିଛନ୍ତି ।

ପତ୍ନୀ ତୃପ୍ତିଙ୍କ ଏତଲା ଆଧାରରେ ପୋଲିସ ବାବୁସାନଙ୍କ ବିରୋଧରେ ରୁଜୁ କରିଛି ମାମଲା ୪୯୮ (କ) । ତେବେ ଚେନ୍ନାଇରୁ ବାବୁସାନ ଫେରିବାର ୨ଦିନ ବିତିଥିଲେ ବି ପୋଲିସ କିନ୍ତୁ ଏଯାଏଁ ଜେରା କରିନଥିଲା । ଆଜି ଜନ୍ମଦିନରେ ମା' ଅପରାଜିତାଙ୍କ ସହ ପ୍ରଥମେ ବାଲକୋନିକୁ ଆସିଥିଲେ ବାବୁସାନ । ଆଉ ତଳେ ଠିଆ ହୋଇଥିବା ପ୍ରଶଂସକ, ବାବୁସାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ତଳକୁ ଆସି କେକ୍‌ ନକାଟିବାରୁ ପ୍ରଶଂସକ ନିରାଶ ହୋଇଛନ୍ତି ।