• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାବଧାନ୍ ! ଆପଣଙ୍କ ପାଖକୁ ବି ଆସିପାରେ ନ୍ୟୁଡ୍ ଭିଡିଓ କଲ । ଆପଣ ବି କୌଣସି ମୁହୁର୍ତ୍ତରେ ହୋଇପାରନ୍ତି ସେହି ନ୍ୟୁଡ୍‌ କଲ୍‌ର ଶିକାର । ଆପଣଙ୍କ ଆକାଉଣ୍ଟରୁ ବି ନିମିଷେକେ ଚାଲିଯାଇପାରେ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା । ଏକ ଟେଲିଫୋନ୍ ନେଟୱାର୍କ ସଂସ୍ଥାର ଜଣେ ଇଞ୍ଜିନିୟର । ଯିଏ କି ଭୁବନେଶ୍ୱରରେ ରୁହନ୍ତି । ସିଏ ହରାଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ମାତ୍ର ଗୋଟିଏ ନ୍ୟୁଡ୍ କଲ୍ ତାଙ୍କୁ ପୁରା ବର୍ବାଦ କରିଦେଇଛି ।

ଜଣେ ଯୁବତୀଙ୍କଠାରୁ ସୋସିଆଲ୍ ମିଡିଆରେ ଆସିଥିବା ଗୋଟିଏ ‘hi’ ମେସେଜ୍, ତାଙ୍କୁ ୨୫ ଲକ୍ଷ ଟଙ୍କାର ଚୁନ ଲଗାଇଦଦେଇଛି । କାହାକୁ କହିବେ ସେ ? ଏପଟେ ଲୋକଲଜ୍ଜା ଭୟ ସେପଟେ ୨୫ ଲକ୍ଷ ଟଙ୍କା ହରାଇବାର କଷ୍ଟ । ଶେଷରେ ଭୁବନେଶ୍ୱର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ସଂପୃକ୍ତ ଇଞ୍ଜିନିୟର ।

ତେବେ ଇଞ୍ଜିନିୟର ଭଳି ଜଣେ ପାଠସାଠ ପଢ଼ିଥିବା ବୟସ୍କ ବ୍ୟକ୍ତି କେମିିତି ଫସିଲେ ନ୍ୟୁଡ୍‌ କଲ ମାୟାରେ ? ଆସନ୍ତୁ ଜାଣିବା.. ପ୍ରଥମେ ସଂପୃକ୍ତ ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍‌କୁ ଜଣେ ଅଜଣା ଯୁବତୀଙ୍କ ଠାରୁ ଆସିଥିଲା ଏକ ‘hi’ ମେସେଜ୍ । ଏହାପରେ ଚାଟିଂ କରି ହୁଏତ ଉଭୟଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ହୋଇଥାଇପାରେ । ବାସ୍.. ତାପରେ ଆସିଲା ଭିଡ଼ିଓ କଲ୍ । ଯେଉଁ କଲ୍‌ରେ ଯୁବତୀ ଜଣକ ସମ୍ପୂର୍ଣ୍ଣ ଉଲଗ୍ନ ଥିଲେ । ଏତିକି ଦେଖିବା କ୍ଷଣି ତୁରନ୍ତ କଲ କାଟି ଦେଇଥିଲେ ଇଞ୍ଜିନିୟର ଜଣକ । ଏହାର ଦିନକ ପରେ ଆସିଲା ଆଉ ଏକ ଫୋନ୍ କଲ୍ । ନିଜକୁ ଜଣେ ସିବିଆଇ ଅଫିସର ଦର୍ଶାଇ ସଂପୃକ୍ତ ଇଂଜିନିୟରଙ୍କ ପାଖକୁ ଆସିଥିଲା ଫୋନ୍ କଲ୍ ।

ଆଉ ତାପରେ ସେପଟୁ ଆସିଥିବା କଲ୍‌ରେ ଇଞ୍ଜିନିୟର ଜଣଙ୍କୁ ଏମିତି କିଛି ଧମକ ଆସିଲା ଯେ, ସେ ସାଇବର ଲୁଟେରାଙ୍କୁ ଗଣିଚାଲିଲେ ମୋଟା ଅଙ୍କର ଟଙ୍କା । କାରଣ ମନରେ ଥିଲା ଲୋକଲଜ୍ଜା ଭୟ । କାଳେ ସ୍କ୍ରିନ୍‌ସଟ୍ ଭାଇରାଲ୍ ହୋଇଗଲେ ବଦ୍‌ନାମ ହୋଇଯିବେ, ତେଣୁ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ । ଏଭଳି ଭାବେ ସାଇବର ଲୁଟେରାଙ୍କ ଆକାଉଣ୍ଟରେ ପ୍ରାୟ ସପ୍ତାହ ଭିତରେ ୨୫ ଲକ୍ଷ ଟଙ୍କା ଦେଇଦେଇଥିବା କହିଛନ୍ତି ଲୁଟ୍‌ର ଶିକାର ଇଞ୍ଜିନିୟର ।

ଏଭଳି ନ୍ୟୁଡ୍‌ ଭିଡ଼ିଓ କଲ୍ କରି ନିରୀହଙ୍କଠୁ ଟଙ୍କା ଲୁଟ୍, ରାଜଧାନୀରେ ନୁଆ ନୁହେଁ । ସାଇବର ଠକେଇ ନେଇ ସାଇବର ଥାନାକୁ ଯେତିକି କଲ୍ ଆସୁଛି, ତାମଧ୍ୟରୁ ୩୦ ପ୍ରତିଶତ ନ୍ୟୁଡ୍‌ ଭିଡ଼ିଓ କଲ୍‌କୁ ନେଇ ଅଭିଯୋଗ । କେବଳ ନ୍ୟୁଡ୍‌ କଲ୍ ନୁହେଁ, କିଛିଦିନ ତଳେ ବିଦେଶିନୀଙ୍କ ମାୟାଜାଲରେ ପଡ଼ି ଜଣେ ଆଇଟି ପ୍ରଫେସନାଲ୍ ଏବଂ ଜଣେ ଇଲେକ୍ଟ୍ରିକାଲ୍ କଣ୍ଟ୍ରାକର ୩୦ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିଲେ ।

ତେବେ ଲୋକଲଜ୍ଜା ଭୟରୁ ଆହୁରି ଅନେକ କେସ୍ ସାମ୍ନାକୁ ଆସିପାରୁନି । ତେଣୁ ଲୋକଲଜ୍ଜାକୁ ପଛରେ ପକାଇ ଲୋକେ ସାଇବର ଥାନାରେ ଅଭିଯୋଗ ସହ ଏଭଳି ନ୍ୟୁଡ୍‌ କଲ୍ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସାଇବର ଏକ୍ସପର୍ଟ ।