• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜମିଲା ବାବୁସାନଙ୍କ ବାର୍ଥ ଡେ ସେଲିବ୍ରେସନ । ଖୁସିରେ କଟା ହେଲା କେକ୍ । କେକ୍ କାଟି ପ୍ରଥମେ ବାପା ଉତ୍ତମ ମହାନ୍ତି ଆଉ ପରେ ମାଆ ଅପରାଜିତାଙ୍କୁ ଖୁଆଇଲେ ବାବୁସାନ । ସାଙ୍ଗରେ ଥିଲେ ବାବୁସାନଙ୍କ ଶ୍ୱଶୁର ତଥା ତୃପ୍ତିଙ୍କ ବାପା ଲଳିତ ଶତପଥୀ । ଫ୍ୟାନଙ୍କ ଗହଣରେ ବି ଜମିଛି ଜନ୍ମଦିନ ପାଳନ । ଗତରାତିରେ ବାବୁସାନଙ୍କ ବାର୍ଥ ଡେ ସେଲିବ୍ରେସନ୍‌ ଦୃଶ୍ୟରୁ ହିଁ ଆଶା କରାଯାଉଛି, ଝଡ଼ ହଟିଯାଇଛି ।

ହେଲେ ପାଖରେ କିନ୍ତୁ ନଥିଲେ ପତ୍ନୀ ତୃପ୍ତି ଶତପଥୀ । ଏହାକୁ ନେଇ ବାବୁସାନ କହିଛନ୍ତି ଯେ, ‘ମୋ ପତ୍ନୀ ମୋ ସାଙ୍ଗରେ ଅଛନ୍ତି, ମୁଁ ଅଛି ତାଙ୍କ ସାଙ୍ଗରେ ।ବାସ୍ ବାବୁସାନଙ୍କ ଏହି ପଦିଏ କଥା ତାଙ୍କ ଫ୍ୟାନଙ୍କୁ ଆଶ୍ୱସ୍ତି କରିଥିବ ନିଶ୍ଚୟ । ତେବେ କାହିଁକି ଆସିଲେନି ତୃପ୍ତି ? ବାବୁସାନଙ୍କ ପାଖକୁ ପୁଅ ସହ କେବେ ଆସିବେ ସେ ? କେବେ ଏକାଠି ହେବେ ବାବୁସାନ ଓ ତୃପ୍ତି ?

ଏଭଳି ଅନେକ ପ୍ରଶ୍ନ ଭିତରେ ଆଜି ପୁଣି ଭିଡ଼ିଓ ଛାଡ଼ି ଘର ସାମ୍ନାରୁ ଗଣମାଧ୍ୟମକୁ ହଟିଯିବାକୁ ଅପିଲ୍ କରିଛନ୍ତି ବାବୁସାନଙ୍କ ମାଆ ଅପରାଜିତା । କହିଛନ୍ତି, ଉତ୍ତମ ବାବୁ ଓ ବଡ଼ ଭିଣୋଇଙ୍କ ଦେହ ଭଲ ନାହିଁ । କେତେବେଳେ ଆମ୍ବୁଲାନ୍ସ ଦରକାର ପଡ଼ିବ କହି ହେବ ନାହିଁ । ଗହଳି ଯୋଗୁ ଲୋକେ ଠିକ୍‌ରେ ଯିବା ଆସିବା କରିପାରୁନାହାନ୍ତି । ଏପିରିକି ଆମେ ଘରର ଝରକା କବାଟ ଖୋଲି ପାରୁନାହୁଁ ବୋଲି କହିଛନ୍ତି ଅପରାଜିତା ।

ସେପଟେ ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର କହିଛନ୍ତି, ମିଡିଆର ସହଯୋଗ ପାଇଁ ଆଜି ବାବୁ ସୁରକ୍ଷିତ ଜାଗାରେ ଅଛନ୍ତି । ସମସ୍ୟାର ଶୀଘ୍ର ସମାଧାନ ହେବ । ଉତ୍ତମ ଭାଇ ଚାଲି ପାରୁନାହାନ୍ତି । ତାଙ୍କର ବଡ଼ଭାଇ ହାର୍ଟ ପେସେଣ୍ଟ । ବିବାଦ ଏବେ ଶେଷ ହୋଇ ସମାଧାନ ଆଡ଼କୁ ଗଲାଣି । ତୃପ୍ତି ଓ ବାବୁସାନ କଥା ହୋଇଛନ୍ତି ।

ଫ୍ୟାନ୍ ହୁଅନ୍ତୁ ବା ଫିଲ୍ମ ନିର୍ଦ୍ଦେଶକ ଅଥବା ସିନେ ଦର୍ଶକ । ସମସ୍ତେ ଚାହୁଁଛନ୍ତି ବିବାଦର ସମାଧାନ ହୋଇଯାଉ, ପୁଣି ଥରେ ବାବୁସାନ ସୁଟିଂ ସେଟ୍‌କୁ ଓହ୍ଲାନ୍ତୁ । କିନ୍ତୁ ମାମଲା କେବେ ତୁଟିବ ? କେବେ ସୁଟିଂ ସେଟ୍‌କୁ ଫେରିବେ ବାବୁସାନ ? ତାକୁ ନେଇ ଲାଗିରହିଛି ସସ୍‌ପେନ୍ସ । ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ କହିଛନ୍ତି, ଓଲିଉଡ୍ ଷ୍ଟାର ବାବୁସାନ୍‌ଙ୍କୁ ନେଇ ଶୀଘ୍ର ଫିଲ୍ମ ସୁଟିଂ ହେବାକୁ ଯାଉଛି । ଗତକାଲି ବାବୁସାନଙ୍କ ଜନ୍ମଦିନ ପାଳନ ଅବସରରେ ଏକ ଫିଲ୍ମର ମହୁରତ ହୋଇଛି । ଖୁବଶୀଘ୍ର ଏହାର ସ୍କ୍ରିିପ୍ଟିଂ କାମ ସରିବ, ଗୀତ ରେକର୍ଡିଂ ହେବ ।

ଷ୍ଟାର କଳିକୁ ନେଇ ଦୁଇ ପକ୍ଷଙ୍କ ଏତଲା ଆଧାରରେ ରୁଜୁ ହୋଇଛି ଦୁଇ ଦୁଇଟି ମାମଲା । ତେଣୁ ଆଇନଜୀବୀଙ୍କ କହିବା କଥା, ତୃପ୍ତି-ବାବୁସାନ ଏବଂ ପ୍ରକୃତିଙ୍କ ପରିବାର ମଧ୍ୟରେ ଯଦି ଏହା ଆପୋଷ ସମାଧାନ ହୋଇଯାଏ, ତାହେଲେ ପୋଲିସ ଆଉ ମାମଲାକୁ ଅଧିକ ଦିନ ଗଡାଇବ ନାହିଁ । ବିବାଦ ତୁଟିଲା ବୋଲି କୋର୍ଟଙ୍କୁ ଜଣାଇବ ।

 

ଏପଟେ ଅଭିନେତ୍ରୀ ପ୍ରକୃତି ମିଶ୍ର ଅତ୍ୟଧିକ ଆତ୍ମପ୍ରଶଂସା କରୁଥିବା ବ୍ୟକ୍ତି ବା ଆତ୍ମଗର୍ବୀଙ୍କ ସଂପର୍କରେ ଏକ ଉକ୍ତିକୁ ପୋଷ୍ଟ କରିଛନ୍ତି । ଇଂରାଜୀରେ ଲେଖାଥିବା ପୋଷ୍ଟର ଅର୍ଥ ହେଉଛି, ଆତ୍ମଗର୍ବୀ ମାନଙ୍କ ଠାରୁ କେବେ ବି ସତପାଇବ ନାହିଁ । ଅତିବେଶୀରେ ଯାହା ଜାଣିହେବ, ତାହା ସେମାନଙ୍କୁ ପୀଡ଼ିତ କିମ୍ବା ହିରୋ ଭାବେ ଚିତ୍ରିତ କରିବ ମାତ୍ର ଭିଲେନ୍ ଭାବେ ନୁହେଁ । ତେବେ ପ୍ରକୃତି କାହା ଉଦ୍ଦେଶ୍ୟରେ ଏମିତି ଲେଖିଛନ୍ତି, ସେନେଇ ଲାଗିରହିଛି ନାନା ଚର୍ଚ୍ଚା ।