/odishatv-khabar/media/post_attachments/uploadimage/library/16_9/16_9_0/Tutu_Nayak_1699103727.jpg)
Tutu Nayak
ଜେଲ୍ ଗଲେ ପ୍ରଯୋଜକ ଟୁଟୁ ନାୟକ । ଗିରଫ ହେବା ପରେ ପ୍ରଯୋଜକ ଟୁଟୁ ନାୟକ ଜେଲ୍ ଯାଇଛନ୍ତି । ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ତାଙ୍କୁ ପଠାଇଦିଆଯାଇଛି । ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି । ଆଜି ତାଙ୍କୁ ଖାରବେଳନଗର ପୋଲିସ ଥାନାରେ ପଚରାଉଚରା କରିବା ପରେ ଗିରଫ କରିଥିଲା । ଆଉ ଏବେ ଟୁଟୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛି । ପୋଲିସ ସୁରକ୍ଷା ବଳୟରେ ଜେଲ୍ ଯାଇଛନ୍ତି ଟୁଟୁ । ଆସନ୍ତା ସୋମବାର ଦିନ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ ।
ଆପରାହ୍ଣ ସମୟରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ପୋଲିସ ଗିରଫ କରିଥିଲା । ଏନେଇ ଜୋନ୍-୪ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଥିଲେ ।ଟୁଟୁଙ୍କୁ ଏ ସମ୍ପର୍କରେ ପଚରାଉଚରା କରାଯିବା ପରେ ଗିରଫ କରିଥିଲା ଖାରବେଳନଗର ପୋଲିସ ।
ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଥିଲା ଖାରବେଳନଗର ଥାନା ପୋଲିସ ।ତାଙ୍କୁ ଥାନାରେ ପଚରାଉଚରା କରିଥିଲା ପୋଲିସ । ସେପଟେ କାର୍ଯ୍ୟରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସିନେ ପ୍ରଯୋଜକ ସଂଜୟ ନାୟକ ମାଡ଼ ମାରିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଥିଲେ ମହିଳା କମିଶନ ।
ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଏ ସମ୍ପର୍କରେ ସୂଚନା ଦେଇଥିଲେ ।ଘଟଣା ନେଇ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ ମଧ୍ୟ କରାଯାଇଥିଲା । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଥିଲା ।ଫଳରେ ପୋଲିସ ଟୁଟୁଙ୍କୁ ଆଜି ଥାନାକୁ ଡାକି ପଚରାଉଚରା କରିଥିଲା । ପରେ ତାଙ୍କୁ ଖାରବେଳନଗର ପୋଲିସ ଗିରଫ କରିବା ସହ ଜେଲ୍କୁ ପଠାଇଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)