Advertisment

ସହରୀ ଭୋଟରଙ୍କ ଉପରେ ବିଜେପିର ଟାର୍ଗେଟ୍

ପାଖେଇ ଆସୁଛି ୨୪ ନିର୍ବାଚନ। ତେଣୁ ସବୁ ରାଜନୈତିକ ଦଳ ଏବେ ଭୋଟରଙ୍କ ମନ ଜିଣିବା ଲାଗି କସରତ ଚଳାଇଛନ୍ତି।

author-image
Kausik Mohapatra
undefined

BJP

ପାଖେଇ ଆସୁଛି ୨୪ ନିର୍ବାଚନ। ତେଣୁ ସବୁ ରାଜନୈତିକ ଦଳ ଏବେ ଭୋଟରଙ୍କ ମନ ଜିଣିବା ଲାଗି କସରତ ଚଳାଇଛନ୍ତି। ନୂଆ ଭୋଟର, ବିଶେଷ କରି ସହରୀ ଶିକ୍ଷିତ ସଚେତନ ଭୋଟରଙ୍କୁ କେମିତି ନିଜ ପାଖରେ ରଖିବ ସେଥିପାଇଁ ଜୋରଦାର ପ୍ରୟାସ ଚଳାଇଛି ବିଜେପି। ରାଜ୍ୟ ସରକାରଙ୍କ ଯୋଜନାରୁ କେମିତି ମୁହଁ ଫେରାଇ ପଦ୍ମ ଆଡକୁ ଆକର୍ଷିତ ହେବେ ବସ୍ତିବାସିନ୍ଦା, ସେନେଇ କର୍ମଶାଳା କରି ନିର୍ବାଚିତ ପୌର ପ୍ରତିନିଧିମାନଙ୍କୁ ପ୍ରଶିକ୍ଷଣ ଦେଇଛି ଦଳ। ଏପଟେ ବିଜେଡି ଓ କଂଗ୍ରେସର ଯୁକ୍ତି ସହରୀ ଭୋଟର ସେମାନଙ୍କ ସହ ଅଛନ୍ତି।

Advertisment

ବିଜେପି ଫୋକସରେ ସହରୀ ଭୋଟର। ଅର୍ବାନ ଭୋଟ୍ ବ୍ୟାଙ୍କ ମଜଭୁତ କରିବାକୁ ପଦ୍ମ ଦଳର କସରତ। ପୌର ନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ର ଦେଲେ ନେତା। ପଢାଇଲେ ବୁଥ୍ ମ୍ୟାନେଜମେଣ୍ଟ ପାଠ। ଭୁବନେଶ୍ୱରଠାରେ ଆୟୋଜିତ ୩ ଦିନିଆ କର୍ମଶାଳାରେ ୧୯ ସାଙ୍ଗଠନିକ ଜିଲ୍ଲାର ପୌରାଞ୍ଚଳ ନିର୍ବାଚିତ ପ୍ରତିନିଧିମାନଙ୍କର ପ୍ରଶିକ୍ଷିଣ ଆୟୋଜିତ ହୋଇଛି। ଗତକାଲି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ବିଜେପି ପ୍ରଶିକ୍ଷଣ ବର୍ଗ ମୁଖ୍ୟ ରାଜକୁମାର ଫଲୱାରିଆ କ୍ଲାସ ନେଇଥିଲେ। ଆଜି ବିଜେପି ପାର୍ଲାମେଣ୍ଟାରୀ କମିଟି ସଂଯୋଜକ ଶିବ ଶକ୍ତି ନାଥବକ୍ସିଙ୍କ ସହ ଅନ୍ୟ ନେତାମାନେ ପଢାଇଛନ୍ତି ସଙ୍ଗଠନ ମଜଭୁତର ପାଠ।

ସବୁଠୁ ବଡ ଟାକ୍ସ ହେଲା ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ନୂଆ ଭୋଟରଙ୍କୁ ବିଜେପି ସହ ଯୋଡ଼ିବା। ଏହା ସହ ମତଦାନ ପ୍ରତିଶତକୁ ବଢାଇବା। ସହରୀ ଭୋଟର ଶିକ୍ଷିତ ଓ ସଚେତନ ହୋଇଥିବାରୁ ପୁଲିଂ ବଢିଲେ ତାହା ବିଜେପି ସପକ୍ଷରେ ଯିବ ବୋଲି ଦଳ ଆଶା ରଖିଛି। ଏହା ସହ କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନା ବିଷୟରେ ପୌର ଭୋଟରଙ୍କୁ ଅବଗତ କରିବା ସହ ସ୍ଥାନୀୟ ସମସ୍ୟା ଓ ସରକାରୀ ଅବହେଳାଙ୍କୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ସ୍ଥିର ହୋଇଛି। ଏହି ପ୍ରଶିକ୍ଷଣ ବର୍ଗରେ ଆସନ୍ତାକାଲି ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ବି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

Advertisment

ସହରାଞ୍ଚଳରେ ବଢୁଛି ବିଜେପି। ୨୦୨୨ରେ ବିଜେପି ରାଜ୍ୟର ପ୍ରାୟ ୧୬ଟି ଏନଏସିକୁ ଦଖଲ କରିଥଲା। ଯଦିଓ ଅନ୍ୟ ପୌରାଞ୍ଚଳଗୁଡ଼ିକ ବିଜେଡି କବଜାରେ ରହିଛି, ହେଲେ ପୂର୍ବ ଅପେକ୍ଷା ଭୋଟ୍ ପ୍ରତିଶତ ବଢିଛି। ଶୂନ ଥିବା ଭବନେଶ୍ୱର ମହାନଗର ନିଗମରେ ବି ୧୦ କର୍ପୋରେଟର ଜିତିଛି ଦଳ। ଅନ୍ୟପଟେ ବିଜେଡି କହିଛି, ପୌର ବାସିନ୍ଦାଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି। ସେପଟେ ଦୁଇ ଦଳକୁ ଟାର୍ଗେଟ କରି କଂଗ୍ରେସ କହିଛି, ସହରୀ ଭୋଟର ସଚେତନ। ସେମାନେ ଉଭୟ ଦଳକୁ ପ୍ରତ୍ୟାଖାନ କରି କଂଗ୍ରେସ ସହ ରହିବେ।

ରାଜ୍ୟରେ ପୌରାଞ୍ଚଳରେ ୬୦ ଲକ୍ଷରୁ ଅଧିକ ଭୋଟର ରହିଥିବା ବେଳେ, ଗତ ପୌର ନିର୍ବାଚନରେ ପ୍ରାୟ ୪୦ ଲକ୍ଷ ୫୫ ହଜାର ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ଅନ୍ୟପଟେ ସହରାଞ୍ଚଳରେ ଭୋଟ୍ ପ୍ରତିଶତ କମୁଥିବା ବେଳେ ମୁଖ୍ୟ ଭୂମିକା ନେଇ ପାରନ୍ତି ସହରରେ ରହୁଥିବା ବସ୍ତି ବାସିନ୍ଦା।

BJP Target
Advertisment
Advertisment