/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698910418.jpg)
Class 9 student murder
ଜଟଣୀ ବେଣାପଞ୍ଜରୀରେ ଘରେ ପଶି ନାବାଳକକୁ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଟିଉସନ୍ ଫି’ ପାଇଁ ନାବାଳକକୁ ହତ୍ୟା କରାଯାଇଥିବା ଡିସିପି କହିଛନ୍ତି । ପ୍ରେସମିଟରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଥିବା ବେଳେ ମୃତ ନାବାଳକର ବାପା ଓ ମା’ ଟିଉସନ୍ କରନ୍ତି ବୋଲି ଡିସିପି କହିଛନ୍ତି ।
ପ୍ରେସମିଟରେ ଭୁବନେଶ୍ୱର ଡିସିପି ଆହୁରି କହିଛନ୍ତି ଯେ, ହତ୍ୟା କରିଥିବା +୨ ଛାତ୍ର ଜଣକ ସେଠାରେ ଟିଉସନ୍ ହେଉଥିଲେ । ପ୍ରାୟ ୩ରୁ ୫ ହଜାର ଟଙ୍କା ଟିଉସନ୍ ଫି’ ବାକି ରହିଥିଲା । ବାକି ଟଙ୍କା ଦେବାକୁ ତାକୁ ବାରମ୍ବାର ଟିଉସନ୍ ସାର୍ କହିଆସୁଥିଲେ । ଯାହାକୁ ନେଇ ଲଜ୍ଜିତ ହେବା ସହ ଛାତ୍ରଜଣକ ପ୍ରତିଶୋଧ ପରାୟଣ ହୋଇଥିଲା ଏବଂ ପରେ ପରେ ଏପରି କାଣ୍ଡ କରିଥିବା ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।
ଡିସିପିଙ୍କ ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ନାବାଳକ ଜଣକ ଘରେ ପାଠ ପଢୁଥିଲା । ସେହି ସମୟରେ ଅଭିଯୁକ୍ତ ଛାତ୍ରଜଣକ ଘରେ ପଶି ଛୁରିରେ ନାବାଳକକୁ ଆକ୍ରମଣ କରିଥିଲା । ପୋଲିସ ତଦନ୍ତ ସମୟରେ ସେଠାରୁ ଗୋଟିଏ ବ୍ୟାଗ୍ ଓ ୟୁନିଫର୍ମ ପାଇଥିଲା ।
ସେହି ସୁରାକ ଆଧାରରେ କାଲି ଅଭିଯୁକ୍ତ ଛାତ୍ରକୁ ଧରାଯାଇଛି ବୋଲି କହିଛନ୍ତି ଡିସିପି । ତାହା ସହ ଅଭିଯୁକ୍ତ ଛାତ୍ରଜଣକ ହତ୍ୟା କରିଥିବା ସ୍ୱୀକାର କରିଛି ଏବଂ ବାରମ୍ବାର ପଇସା ମାଗିବାରୁ ସେ ଏଭଳି କରିଥିବା କହିଛି ବୋଲି କହିଛନ୍ତି ଡିସିପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)