/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699343624.jpg)
Bhubaneswar
ରାଜଧାନୀରେ ପୁଣି ବୀଭତ୍ସ ହତ୍ୟାକାଣ୍ଡ । ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳ ଗୋଠାପଟଣା ଛକ ନିକଟସ୍ଥ ଏକ ଜଳଖିଆ ଦୋକାନରେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ମହିଳାଙ୍କ ପରିଚୟ ମିଳିଛି । ମୃତ ମହିଳାଙ୍କ ନାଁ ସସ୍ମିତା ବେହେରା ।
Advertisment
ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ସହ ମୃତ ମହିଳା କ୍ରିଷ୍ଣାପୁରୀ କଲୋନୀରେ ରହୁଥିଲେ । ଗୋଠପାଟଣା ବଜାରରେ ସେ ଏକ ଜଳଖିଆ ଦୋକାନ କରିଥିଲେ । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସର ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି ।
ମୃତ ମହିଳାଙ୍କ ସମ୍ପର୍କରେ ପଚରାଉଚରା କରୁଛି ପୋଲିସ । ଘଟଣାସ୍ଥଳରେ ସମସ୍ତ ଦିଗ ପ୍ରତି ଅନୁଧ୍ୟାନ କରୁଛି । ମହିଳାଙ୍କୁ କିଏ ହତ୍ୟା କରିଛି ? କାହିଁକି ହତ୍ୟା କରାଯାଇଛି ? ପୂର୍ବ ଶତ୍ରୁତା ନା ଅନ୍ୟ କିଛି ପାଇଁ ହୋଇଛି ଏହି ହତ୍ୟାକାଣ୍ଡ ସେ ନେଇ ତଦନ୍ତ କରୁଛି ପୋଲିସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)