/odishatv-khabar/media/post_attachments/uploadimage/library/16_9/16_9_0/Tutu_nayak_1699089287.jpg)
Tutu nayak
ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଲା ପୋଲିସ । ଏନେଇ ସୂଚନା ଦେଲେ ଖାରବେଳନଗର ଥାନା ପୋଲିସ । ଆମେ ତାଙ୍କୁ ପଚରାଉଚରା କରୁଛୁ କହିଲେ ଥାନା ଅଧିକାରୀ । ସେ ଆସି ନାହାନ୍ତି, ଆମେ ତାଙ୍କୁ ଆଣିଛୁ ବୋଲି କହିଲେ ।
Advertisment
କାର୍ଯ୍ୟରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସିନେ ପ୍ରଯୋଜକ ସଂଜୟ ନାୟକ ମାଡ଼ ମାରିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ। ଏନେଇ ସୂଚନା ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଘଟଣା ନେଇ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କରାଯାଇଛି । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି।
ସେପଟେ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଭୁବନେଶ୍ୱର ଡିସିପିଙ୍କୁ ଭେଟିଛି ଓଡ଼ିଶା ୱିମେନ୍ ଆଣ୍ଡ ମିଡିଆ । ଏଥିସହ ମହିଳା ସାମ୍ବାଦିକାଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବାକୁ ସଂଘ ଡିସିପିଙ୍କୁ ନିବେଦନ କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)