• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦାମୀ ଗାଡ଼ି, ବେପରୁଆ ଚାଳନା । ରାଜଧାନୀରେ ଦୁର୍ଘଟଣା ଘଟାଇଥିବା ରେଂଜରୋଭର ଗାଡ଼ିର ଚାଳକକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ ବି ଏବେ ପ୍ରଶ୍ନ ଉଠୁଛି ଗାଡ଼ି କାହାର । ପ୍ରେସ ରିିଲିଜରେ ପୋଲିସ ପ୍ରଥମେ ଦେଇଥିବା ଗାଡ଼ି ନମ୍ବରକୁ ପରେ ବଦଳାଇ ଦିଆଯାଇଥିଲା । ତେବେ କାହିଁକି ଗାଡ଼ି ନମ୍ବରକୁ ବଦଳାଇ ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ଗତ ମଙ୍ଗଳବାର ପାୱାରହାଉସ ଛକ ପାଖରେ ହୋଇଥିଲା ଦୁର୍ଘଟଣା । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇ କଟକ SCB ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ସୌଭାଗ୍ୟ କୁମାର ବାଗ ନିଜେ ଦୋଷ ସ୍ୱୀକାର କରିଥିବା ପୋଲିସ ସୂଚନା ଦେଇଥିଲା । ଘଟଣା ସଂପର୍କରେ ସେହିଦିନ ୫ଟା ୩୫ରେ ପୋଲିସ ପ୍ରେସରିଲିଜ୍ ଦେଇଥିଲା ଏବଂ ସେଥିରେ ଦୁର୍ଘଟଣା ଘଟାଇଥିବା କାର୍ ନମ୍ବର ବି ଉଲ୍ଲେଖ ରହିଥିଲା ।

ତେବେଏହାର ଅଢ଼େଇ ଘଣ୍ଟା ପରେ ପୋଲିସ ଏକ ସଂଶୋଧନ କରିଥିଲା ଏବଂ ଦୁର୍ଘଟଣା ଘଟାଇଥିବା ରେଂଜରୋଭର ନମ୍ବର ବଦଳା ଯାଇଥିଲା । ତେଣୁ ଏହି ଦାମୀ ଗାଡ଼ି କାହାର ଏବଂ ପୋଲିସ କାହିଁକି ନମ୍ବର ବଦଳାଇଲା, ସେନେଇ ଉଠିଛି ପ୍ରଶ୍ନ ।