/odishatv-khabar/media/post_attachments/uploadimage/library/16_9/16_9_0/Tutu_Nayak_1699268696.jpg)
Tutu Nayak
ଘୁଞ୍ଚିଲା ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଆବେଦନର ଶୁଣାଣି । ଆସନ୍ତା ୮ ତାରିଖକୁ ଶୁଣାଣି ଘୁଞ୍ଚିଲା । ଅପ୍ଡେଟ୍ କେସ୍ ଡାଏରୀ ଓ ଟୁଟୁଙ୍କ ପୁରୁଣା ରେକର୍ଡ ତଲବ କରିଛନ୍ତି କୋର୍ଟ । ଏହାସହ ପୁରା ମାମଲାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ସମସ୍ତ ତଥ୍ୟ ଆସିଲା ପରେ ଆସନ୍ତା ୮ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ ବୋଲି ଭୁବନେଶ୍ୱର SDJM କୋର୍ଟ ।
ଲେଡି ଜର୍ଣ୍ଣାଲିଷ୍ଟ ଦେବସ୍ମିତା ରାଉତଙ୍କୁ ମାଡ଼ ଅଭିଯୋଗ ମାମଲାରେ ଗତ ଶନିବାର ଟୁଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ଖାରବେଳ ନଗର ଥାନା ପୋଲିସ । ମହଙ୍ଗା ପଡ଼ିଲା ମହିଳା ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ । ଅଡୁଆ ବଢ଼ାଇଲା ସର୍ବସମ୍ମୁଖରେ ଦୁର୍ବ୍ୟବହାର । ସିନେମା ହଲ୍ ସାମ୍ନାରେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ପ୍ରଯୋଜକ ଟୁଟୁ ନାୟକ ଏଭଳି ଆଚରଣ ଦେଖାଇଥିବା ଅଭିଯୋଗକୁ ନେଇ ହୋଇଥିଲା ହୁଲସ୍ତୁଲ୍ ।
ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣି ପଚରାଉଚରା ସହ ୧୬୧ ବୟାନ ରେକର୍ଡ କରିଥିଲା ଖାରବେଳନଗର ଥାନା ପୋଲିସ । ତା’ସହ ଏତଲା ଆଧାରରେ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧-ବେଆଇନ ଭାବେ ଅଟକ, ୩୨୩-ଶରୀରକୁ ଆଘାତ ଏବଂ ୨୯୪-ଅଶାଳୀନ ମନ୍ତବ୍ୟ ପ୍ରୟୋଗ ଆଦି ଦଫା ଲଗାଇ ଟୁଟୁଙ୍କୁ ଗିରଫ କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇଛି ଖାରବେଳନଗର ଥାନା ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)