/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698891489.jpg)
2 thousand rupees
ଚାଲିଛି ଟଙ୍କା ବଦଳା । ଗରିବଙ୍କୁ ମୋହରା ବନାଇ ବଦଳା ଯାଉଛି ୨ ହଜାର ଟଙ୍କିଆର ପୁଳା ପୁଳା ନୋଟ । ତେବେ ଏହି ୨ ହଜାର ଟଙ୍କିଆ ନୋଟ୍ ବଦଳ ପଛରେ କିଏ? ଗତ ଦୁଇ ଦିନ ଧରି ଭୁବନେଶ୍ବର RBI ଆଗରେ ଲାଗୁଥବା ଏହି ଲମ୍ବା ଲାଇନକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା । ଏମାନଙ୍କୁ ନେଇ ଅନେକ ପ୍ରଶ୍ନ । ଏ କଳାଧନ କାହାର ? ଏହା ପଛରେ କେଉଁ ରାକେଟ୍ କାମ କରୁଛି ?
ଓଟିଭିରେ ଲଗାତାର ଦୁଇ ଦିନ ଧରି ଖବର ପରିବେଷଣ ପରେ ଏବେ ତଦନ୍ତ କରୁଛି ଇଡି ଓ EOW । ଧାଡ଼ିରେ ଛିଡ଼ା ହୋଇଥିବା ସନ୍ଦିଗ୍ଧଙ୍କୁ ପଚରାଉଚରା କରିବା ସହ କରୁଛି ଖୋଳତାଡ଼ । ଅନ୍ୟପଟେ RBI ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି, ବଡ଼ ନୋଟ୍ ବଦଳାଉଥିବା ସବୁ ଲୋକଙ୍କ ଡାଟା ରହିଛି । ସିସିଟିଭି ଫୁଟେଜ୍ ବି ଅଛି, ତଦନ୍ତକାରୀ ସଂସ୍ଥା ମାଗିଲେ ସବୁ ପ୍ରକାର ସହଯୋଗ କରିବୁ ।
ତେବେ ୨୦୦୦ ନୋଟ୍ ଅପସାରଣ ପରେ ଏବେ ସୁଦ୍ଧା ଆରବିଆଇ ପାଖକୁ ଫେରିଲାଣି ୯୭ ପ୍ରତିଶତ ନୋଟ୍ । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୯୭% ଆସିଥିବା ବେଳେ ଆଉ ମାତ୍ର ୩ ପ୍ରତିଶତ ଆସିବାକୁ ବାକି ରହିଛି । ତେବେ ୩% ହିସାବରେ ଆଉ ୧୦ ହଜାର କୋଟି ଟଙ୍କା ଆସିବା ବାକି ରହିଛି ।
ମେ’ ୧୯ରୁ ଅକ୍ଟୋବର ୭ ତାରିଖ ଯାଏଁ ଦେଶର ସମସ୍ତ ବ୍ୟାଙ୍କର ଶାଖାରେ ୨ ହଜାର ଟଙ୍କିଆ ନୋଟ୍ ବଦଳ ଓ ଜମା ପାଇଁ ସମୟ ଦେଇଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହାପରେ ବର୍ତ୍ତମାନ କେବଳ RBIର ଆଞ୍ଚଳିକ କାର୍ଯ୍ୟାଳୟରେ ହିଁ ନୋଟ୍ ବଦଳ ହେଉଛି । ଆରବିଆଇ ଭୁବନେଶ୍ବରର ଆଞ୍ଚଳିକ କାର୍ଯ୍ୟାଳୟରେ ଦୈନିକ ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ଫେରୁଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)