• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମହଙ୍ଗା ପଡ଼ିଲା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର । ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ । ପ୍ରଯୋଜକ ଟୁଟୁ ନାୟକଙ୍କୁ ପୋଲିସ ଗିରଫ କରିଛି । ସାମ୍ବାଦିକାଙ୍କୁ ମାଡ଼ ମାରିବା ମାମଲାରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଏନେଇ ଜୋନ୍‌-୪ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି । ଟୁଟୁଙ୍କୁ ଏ ସମ୍ପର୍କରେ ପଚରାଉଚରା କରାଯିବା ପରେ ଗିରଫ କରିଛି ଖାରବେଳନଗର ପୋଲିସ ।

ସୂଚନା ଥାଉ କି, ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଥିଲା ଖାରବେଳନଗର ଥାନା ପୋଲିସ ।ତାଙ୍କୁ ଥାନାରେ ପଚରାଉଚରା କରିଥିଲା ପୋଲିସ । ସେପଟେ କାର୍ଯ୍ୟରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସିନେ ପ୍ରଯୋଜକ ସଂଜୟ ନାୟକ ମାଡ଼ ମାରିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଥିଲେ ମହିଳା କମିଶନ ।

ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଏ ସମ୍ପର୍କରେ ସୂଚନା ଦେଇଥିଲେ ।ଘଟଣା ନେଇ ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ ମଧ୍ୟ କରାଯାଇଥିଲା । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଥିଲା ।ଫଳରେ ପୋଲିସ ଟୁଟୁଙ୍କୁ ଆଜି ଥାନାକୁ ଡାକିତ ପଚରାଉଚରା କରିଥିଲା । ପରେ ତାଙ୍କୁ ଖାରବେଳନଗର ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।