/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699172642.jpg)
Ratna Bahandar
ରତ୍ନଭଣ୍ଡାର ଲେଜର ସ୍କାନିଂକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର କହିଲେ ସମୀର ମହାନ୍ତି । ରତ୍ନଭଣ୍ଡାର ନ ଖୋଲି ଲେଜର ସ୍କାନିଂ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ସମୀର କହିଛନ୍ତି । ରତ୍ନଭଣ୍ଡାର ଖୋଲିବା ଦାୟିତ୍ୱ ସଂପୂର୍ଣ୍ଣ ସରକାରଙ୍କର ।
କେବଳ ସୁପାରିସ କରିବା କ୍ଷମତା ଗଜପତିଙ୍କ ଅଛି । ୧୯୫୨ ମସିହାରେ ସ୍ୱତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତ୍ତି ନେଇ ଗଜପତିଙ୍କ ଠାରୁ କ୍ଷମତା ନେଇଗଲେ । ତେଣୁ ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ୱ ସମ୍ପୂର୍ଣ୍ଣ ସରକାରଙ୍କର ବୋଲି ସମୀର କହିଛନ୍ତି । ହାଇକୋର୍ଟ ଓ ଗଜପତିଙ୍କ ସୁପାରିସ କାହିଁକି କାର୍ଯ୍ୟକାରୀ କରୁନାହାନ୍ତି ବୋଲି ସମୀର ପ୍ରଶ୍ନ କରିଛନ୍ତି ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ତୁରନ୍ତ କମିଟି ଗଠନ କରନ୍ତୁ । କମିଟି ଗଠନ ନକଲେ କଣ୍ଟେପ୍ଟ ଅଫ କୋର୍ଟ ଫାଇଲ କରିବାକୁ ବିଜେପି ଚେତାବନୀ ଦେଇଛି । ପରିକ୍ରମା ପ୍ରକଳ୍ପ ପୂର୍ବରୁ କମିଟି ଗଢ଼ି ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛି ବିଜେପି । ତେବେ ସମୀରଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)