• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଲମର ଶକ୍ତି କାହାକୁ ବା ଅଜଣା । ଯେଉଁଠି ଶହେ ସିଂହର ବଳ ହାର୍ ମାନେ, ଯାହା ସାହାଯ୍ୟରେ ମୁକ ବି କଥା କୁହେ । ଆଜି ହେଉଛି ଆନ୍ତର୍ଜାତୀୟ କଲମ ଦିବସ । ତୁଷାର କାନ୍ତ ଦାସ, ଜଣେ କଲମ ପ୍ରେମୀ । ଯାହାଙ୍କ ପାଖେ ଅଛି ପ୍ରାୟ ୫ ହଜାର ପ୍ରକାର ପେନ୍ କଲେକ୍ସନ । ଶସ୍ତା ଠୁ ଦାମୀ, ସୁନା କଲମ, ପୁଣି ମେଡ ଇନ୍ ଇଣ୍ଡିଆଠୁ ମେଡ ଇନ୍ ଜାପାନ ଯାଏଁ ।

ଭୁବନେଶ୍ବରର ତୁଷାର କାନ୍ତ ଦାଶ । ଓଡ଼ିଶାର ପେନ୍ ମ୍ୟାନ୍ ଭାବେ ଜଣାଶୁଣା । ମୋବାଇଲ, ଟ୍ୟାବ ଆଉ ଲ୍ୟାପଟପ୍ ଯୁଗରେ ତୁଷାରଙ୍କ କଲମ ମୋହ ଛାଡିନି । ନବମ ଶ୍ରେଣୀରୁ କଲମ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା । ସେଥିପାଇଁ ତ ତାଙ୍କ କଲେକ୍ସନ ବି ନିଆରା ।

ଘରେ ରଖିଛନ୍ତି ଦେଶ ବିଦେଶର ନାମୀ ଦାମୀ ବ୍ରାଣ୍ଡର ପେନ୍ । ୫ ଟଙ୍କିଆ ରିନୋଲଡ୍ ପେନ୍ ଠୁ ଆରମ୍ଭ କରି ୫୦୦୦ ଟଙ୍କାର ସବ୍ ମେରାଇନ୍ ଆଉ କ୍ରସ ଭଳି ହାଇଫାଇ ବ୍ରାଣ୍ଡ ରହିଛି ତାଙ୍କ ଆଲମିରାରେ । ୨୪ କ୍ୟାରେଟ୍ ଗୋଲ୍ଡ କୋଟେଡ ପେନ୍‌ର ଆକର୍ଷଣ ତ ଅଲଗା ପ୍ରକାରର ।

ତୁଷାର ସ୍କୁଲ ବେଳୁ ଟିକେ ଲେଖା ଲେଖି କରନ୍ତି । ତେଣୁ କଲମ ସହ ତାଙ୍କ ବନ୍ଧୁତା ବେଶ ନିବିଡ଼ । ତୁଷାରଙ୍କ ପେନ୍ ପ୍ରେମର ତୁଳନା ନାହିଁ । ପେନ୍ ତାଙ୍କର ସର୍ବପ୍ରଥମ ପସନ୍ଦ । କିଏ ଉପହାର ଦେଲେ ସେ ପେନ୍ ହିଁ ପସନ୍ଦ କରନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ତୁଷାରଙ୍କ ଅନେକ ଡାକ୍ତରଙ୍କ ସହ ଭଲ ସଂପର୍କ, ତେଣୁ ଯିଏ ବିଦେଶକୁ ଯାଆନ୍ତି ତୁଷାର ତାଙ୍କୁ ଭଲ ପେନ୍ ଟିଏ ଆଣିବାକୁ କୁହନ୍ତି । ଆଉ ତାକୁ ନେଇ ନିଜ ଲାଇବ୍ରେରୀ ଥାକରେ ଯତ୍ନ ସହକାରେ ସାଇତି ରଖନ୍ତି ।

ଭଡ଼ା ଘରେ ଯାଗା ଅଭାବ ଯୋଗୁଁ ଆଗକୁ ବଡ଼ ଲାଇବ୍ରେରୀ କରି କଲମ ସଂଗ୍ରହାଳୟ କରିବେ ବୋଲି କହିଛନ୍ତି ତୁଷାର । ଇଲେକଟ୍ରୋନିକ ଯୁଗରେ ଆଗକୁ ଯଦି କଲମ ସତ୍ତା ହରାଏ ତାହେଲେ ତୁଷାରଙ୍କ ସଂଗ୍ରହାଳୟ ଦୁର୍ଲଭ ହୋଇଯିବ ।