• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜଧାନୀରେ ଚାଞ୍ଚଲ୍ୟ । ମହିଳାଙ୍କ ପାଇଁ ଅସୁରକ୍ଷିତ କ୍ୟାପିଟାଲ୍ ସିଟି । ଗୋଟିଏ ଦିନରେ ଜଣେ ଶିଶୁକନ୍ୟା ସମେତ ୪ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ସବୁଠୁ ଜଘନ୍ୟ କାଣ୍ଡ ଘଟିଛି ଏୟାର ଫିଲ୍ଡ ଥାନା ଅଂଚଳରେ, ଯେଉଁଠି ଜଣେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ଗଳା କାଟି ହତ୍ୟା କରାଯାଇଛି ।

ରକ୍ତରଞ୍ଜିତ ରାଜଧାନୀ । ମହିଳାଙ୍କ ପାଇଁ ଅସୁରକ୍ଷିତ ପାଲଟିଛି ସହର । ରବିବାର ଗୋଟିଏ ଦିନରେ ଚାରି ଚାରି ଜଣ ମହିଳାଙ୍କୁ ହତ୍ୟା କରାଯାଇଥିବା ଆସିଛି ଅଭିଯୋଗ । ଏୟାରଫିଲଡ ଥାନାର କେଳା ବସ୍ତି । ଏଠି ଏକ ୪ ବର୍ଷର କୋମଳମତି ଶିଶୁକୁ ଦୁଷ୍କର୍ମ କରିବା ପରେ ତଣ୍ଟି କାଟି ହତ୍ୟା କରିଛି ସଂପର୍କୀୟ ଦାଦା । ନିଶାରେ ବୁଡ଼ି ରହୁଥିବା ଅଭିଯୁକ୍ତ ଘନିଆ ଦାସ ଯେ ଏମିତି କୁକର୍ମ କରିବ କେହି ବିଶ୍ୱାସ କରି ପାରୁନାହାନ୍ତି । ନିଶା ନିବାରଣ କେନ୍ଦ୍ରରୁ ଫେରିବା ପରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛି ଘନିଆ । ଘଟଣାସ୍ଥଳରୁ ରକ୍ତ ଭିଜା ଡ୍ରେସ ଓ ଛୁରି ଜବତ କରି ଅଭିଯୁକ୍ତକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ଏୟାରଫିଲଡ ପୋଲିସ । ଘନିଆକୁ ଫାଶିଖୁଣ୍ଟରେ ଝୁଲାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସେପଟେ ମଦ ପିଇବା ପାଇଁ ଚାଖଣା ନ ଦେବାରୁ ଜଣେ ୩୫ ବର୍ଷିୟା ମହିଳାଙ୍କୁ ଛୁରି ଭୁଷି ହତ୍ୟା କରିଛନ୍ତି ଦୁର୍ବୃର୍ତ୍ତ । ଚନ୍ଦକା ଥାନା ଗୋଠପାଟଣା ଛକରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ସସ୍ମିତା ବେହେରା ନାମକ ଜଣେ ମହିଳା ଏଠାରେ ଏକ ଜଳଖିଆ ଦୋକାନ କରିଥିଲେ । ରବିବାର ରାତିରେ କେତେକ ନିଶାଡି ମଦ ପିଉଥିବା ବେଳେ ଚାଖଣା ପାଇଁ ମାଛ ମୁଣ୍ଡ ଫ୍ରାଏ କରିବାକୁ କହିଥିଲେ । ସସ୍ମିତା ଏଥିରେ ରାଜି ନହେବାରୁ ତାଙ୍କୁ ଛୁରି ଭୁଷି ହତ୍ୟା କରିଥିଲେ । ତେବେ ଏହି ହତ୍ୟାକାଣ୍ଡ ପଛରେ ଆଉ କିଛି ରହସ୍ୟ ଥିବା ସନ୍ଦେହ କରୁଛି ପୋଲିସ ।

ଅନ୍ୟପଟେ ଏୟାରଫିଲ୍ଡ ଥାନା ଅରବିନ୍ଦ ନଗରରୁ ଆସିଛି ନବବଧୂକୁ ହତ୍ୟା ଅଭିଯୋଗ । ୨ ବର୍ଷ ତଳେ କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ପ୍ରିୟଙ୍କା ମିଶ୍ର ଏଠାକାରା ସୁରଜଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ପ୍ରିୟଙ୍କାଙ୍କୁ ତାଙ୍କ ଶାଶୁଘର ଲୋକେ ୫ ଲକ୍ଷ ଟଙ୍କା ଓ ଗୋଟିଏ ପ୍ଳଟ୍ ଦେବା ପାଇଁ ଚାପ ପକାଯାଉଥିବା  ପ୍ରିୟଙ୍କାଙ୍କ ଭଉଣୀ ଅଭିଯୋଗ କରିଛନ୍ତି । ଏପିରିକି ସୁରଜଙ୍କର ଅନ୍ୟଜଣେ ମହିଳାଙ୍କ ସହ ପ୍ରେମ ସଂପର୍କ ରହିଥିବା ନେଇ ଅଭିଯୋଗ ବି ଆସିଛି । ଯାହାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାରେ ସୂରଜଙ୍କୁ ପୋଲିସ୍ ଗିରଫ କରି ତନାଘନା ଚଳାଇଛି ।

  • Reported by:
  • CHANDAN PAIKRAY