/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699086268.jpg)
BMC Commissioner
ପୃଥକ ପୃଥକ ଅଳିଆ ଦିଅନ୍ତୁ, ନହେଲେ ହେବ କାର୍ଯ୍ୟାନୁଷ୍ଠାନା ଆଜି କିଛି ଏଭଳି ଭାବେ ଲୋକଙ୍କୁ କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗୋ । ଓଦା ଓ ଶୁଖିଲା ଆବର୍ଜନା ଅଲଗା ଆସୁନଥିବାରୁ ଟ୍ରିଟମେଣ୍ଟ୍ ପ୍ଲାଣ୍ଟରେ ସମସ୍ୟା ହେଉଛି । ଲୋକେ ଅଲଗା କରି ଅଳିଆ ଦିଅନ୍ତୁ । ଯେଉଁମାନେ ନିୟମ ପାଳନ କରିବେନି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କମିଶନର ।
୬ରୁ ୭ ମାସ ମଧ୍ୟରେ ପୁରା ଅଞ୍ଚଳ ସଫା ହେବା ସହ ଅଳିଆ ପାହାଡ଼ ହଟିଯିବ ବୋଲି କହିଛନ୍ତି କମିଶନର୍ । ଅର୍ଥାତ ଏଭଳି ପରିସ୍ଥିତି ଆହୁରୀ କିଛି ମାସ ଯାଏଁ ରହିବ । ଲୋକଙ୍କୁ ଆହୁରି ୭ ମାସ ଦୁର୍ଗନ୍ଧରେ କାଟିବାକୁ ପଡ଼ିବ । ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଲୋକେ ଅତିଷ୍ଠ ହେଲେଣି । ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣି । ଏହାକୁ ନେଇ ସାରା ରାଜଧାନୀରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଲୋକଙ୍କୁ କମିଶନରଙ୍କ ଏଭଳି ଅପିଲ୍ କୁ ନେଇ ଅନେକ ଚର୍ଚ୍ଚା ହେଉଛି ।
ସେପଟେ ଏହି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ସୈନିକ ସ୍କୁଲ ଛକରେ ଆଜି ଧାରଣାକୁ ଓହ୍ଲାଇଛି ଦଳ । ବିଏମସିର ବେପରୁଆ ମନୋଭାବ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି ଓ ତୁରନ୍ତ ଏହାର ସମାଧାନ କରିବାକୁ ଦାବି କରିଛି ଦଳ । ଏନେଇ ଆଜି ବିଜେପିର ବହୁ ସଂଖ୍ୟାରେ ନେତା ଓ କର୍ମୀ ଏକାଠି ହୋଇ ଗଣଧାରଣାକୁ ଓହ୍ଲାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)