Advertisment

ଜ୍ୱାଇଁଙ୍କୁ ପିଟି ପିଟି ମାରିଦେଲେ, ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିଲେ...

ଜ୍ୱାଇଁଙ୍କୁ ପିଟି ପିଟି ମାରିଦେଲେ ଶ୍ୱଶୁରଘର ଲୋକେ। ହତ୍ୟା ପରେ ମୃତଦେହକୁ ଅଖାରେ ଭର୍ତ୍ତି କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ବେଳେ ପୋଲିସ କାବୁ କରିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Killed By In Laws In Bolangir

Man killed by in laws in bolangir

ଜ୍ୱାଇଁଙ୍କୁ ପିଟି ପିଟି ମାରିଦେଲେ ଶ୍ୱଶୁର ଘର ଲୋକେ। ହତ୍ୟା ପରେ ମୃତଦେହକୁ ଅଖାରେ ଭର୍ତ୍ତି କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ବେଳେ ପୋଲିସ କାବୁ କରିଥିଲା। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବ୍ରିପାଲି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। 

Advertisment

ଅଧିକ ପଢ଼ନ୍ତୁ: ଶରୀର ସାରା କଳା ଦାଗ, ପିଟି ପିଟି ଅଭିନେତ୍ରୀଙ୍କ ଚେହେରା ବିଗାଡ଼ିଦେଲା ବୟଫ୍ରେଣ୍ଡ

ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ରାଜଭାଟିପଡା ଗାଁର ରୁଦ୍ର ମେହେର, ଚାବ୍ରିପାଲି ଗାଁର ସରୋଜିନୀ ମେହେରଙ୍କୁ ବାହା ହୋଇଥିଲେ। ଉଭୟ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ତେଣୁ ନିଜ ବାପ ଘରକୁ ଚାଲି ଯାଇଥିଲେ ସରୋଜିନୀ। ସରୋଜିନୀଙ୍କୁ ଘରକୁ ନେବା ପାଇଁ ଗତକାଲି ଶ୍ୱଶୁର ଘରକୁ ରୁଦ୍ର ଯାଇଥିଲେ।

Advertisment

ରାତିରେ କୌଣସି କାରଣକୁ ନେଇ ଶ୍ୱଶୁର ଘର ଲୋକଙ୍କ ସହିତ ରୁଦ୍ରଙ୍କର ବଚସା ହୋଇଥିଲା। ହଠାତ୍‌ ରାଗି ଯାଇ ଶ୍ୱଶୁର ଘର ଲୋକେ ରୁଦ୍ରଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ଏକ ଅଖା ବସ୍ତାରେ ଜ୍ୱାଇଁର ମୃତଦେହକୁ ଭର୍ତ୍ତି କରି ଏକ ମାରୁତି ଭ୍ୟାନ୍‌ରେ ଲୋଡ୍‌ କରିଥିଲେ।

ମାରୁତି ଭ୍ୟାନ୍‌ରେ ମୃତଦେହକୁ ନେଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରୁଥିଲେ। ଖପ୍ରାଖୋଲ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମାରୁତି ଭ୍ୟାନ୍‌ ଅଟକାଇ ଗାଡ଼ି ଭିତରୁ ମୃତଦେହକୁ ଉଦ୍ଧାର କରିବା ସହ କିଛି ଲୋକଙ୍କୁ ଖପ୍ରାଖୋଲ ପୋଲିସ ଅଟକ ରଖିଛି। 

Murder Murder Case
Advertisment
Advertisment