Advertisment

ରଂଗିଲା ଟ୍ୟୁସନ ମାଷ୍ଟରଙ୍କୁ ମହଙ୍ଗା ପଡ଼ିଲା ପ୍ରେମପାଠ, ଝିଆରୀକୁ ଧରି ଫେରାର୍

ବାରମ୍ବାର ପ୍ରେମ ନିବେଦନ ପରେ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ଶାରୀରିକ ସମ୍ପର୍କ। ପ୍ରେମିକା ଗର୍ଭବତୀ ହେବା ପରେ ସ୍ଥାନୀୟ ଅଂଚଳର ଏକ ଭଡାଘରେ ରହୁଥିଲେ ଉଭୟ। କିନ୍ତୁ ଏବେ କୁନି ଝିଅକୁ ନେଇ କେଉଁ ଆଡେ ଫେରାର ମାରିଛନ୍ତି ସତ୍ୟ। ଯାହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତା ଓ ତାଙ୍କ ମାଆ...

author-image
Sarbeswar
ଅଦ୍ୟତନ ହୋଇଛି
Tution Teacher Love His Student

Tution sir

ପ୍ରେମରେ ଟ୍ୟୁସନ୍‌ ସାର ଏମିତି ପାଗଳ ଥିଲେ ଯେ ସ୍ଥାନ, କାଳ, ପାତ୍ର କି ସମ୍ପର୍କ କିଛି ଦେଖୁନଥିଲେ। ଖାଲି ପ୍ରେମରେ ଉବୁଟୁବୁ ହେଉଥିଲେ। ନିଜେ ବିବାହ କରିଥିବା କଥାକୁ ବି ଭୁଲିଯାଇଥିଲେ। ପୁଣି ପ୍ରେମ ଯାହାକୁ କରିଥିଲେ ସେ ସଂପର୍କରେ ହେବ ଝିଆରୀ। ହେଲେ କାକା ହୋଇ ତାକୁ ସୁରକ୍ଷା ଦେବେ କଣ? ବରଂ ନିଜେ ପ୍ରେମରେ ପାଗଳ ଥିଲେ। ପ୍ରେମ ସମ୍ପର୍କରେ ଏତେ ଅଧିକ ହୋଇଥିଲା ଯେ ଏବେ ଝିଆରୀ ମାଆ ହୋଇଛନ୍ତି। ହେଲେ ଘଟଣା ପରେ କିନ୍ତୁ ଆଉ ଧରାଛୁଆଁ ଦେଉନାହାନ୍ତି ଟ୍ୟୁସନ ସାର୍‌।

Advertisment

ଅଧିକ ପଢ଼ନ୍ତୁ: ପଢ଼ଉ ପଢ଼ଉ ହେଇଗଲା ପ୍ରେମ, ଛାତ୍ରକୁ ଧରି ଟ୍ୟୁସନ୍‌ ଦିଦି ଫେରାର୍‌

ଟ୍ୟୁସନ୍‌ ସାର୍‌ ଏତେ ରୋମାଣ୍ଟିକ ଯେ ବାବୁ ଫଟୋ ପୋଜ୍‌ ଦେବା ସହିତ ସେଲ୍ପି ମଧ୍ୟ ଉଠାଇଛନ୍ତି । ସଂପର୍କରେ କାକା-ଝିଆରୀ ହେବା ପରେ ବି ଝିଆରୀ ସହ ଅନୈତିକ ସମ୍ପର୍କ ରଖି ଏବେ ଚର୍ଚ୍ଚାରେ କାକା। ବଲାଙ୍ଗୀର ପୁଇଁନ୍ତଳାରୁ ସାମ୍ନାକୁ ଆସିଛି ଏମିତି ଚାଂଚଲ୍ୟକର ଘଟଣା। ସ୍ଥାନୀୟ ଅଂଚଳର ସତ୍ୟନାରାୟଣ ପୁଟେଲ ଜଣେ ବିବାହିତ ପୁରୁଷ। କିଛିଦିନ ହେଲା ଏକ ୱେବ ଚ୍ୟାନେଲରେ କାମ ବି କରୁଥିଲେ। କିନ୍ତୁ ଟ୍ୟୁସନ କରିବାର ସଉକ ରଖିଥିଲେ। ପାଠ ପଢାଉ ପଢାଉ ଝିଆରୀ ପ୍ରେମରେ ପଡିଥିଲେ ସତ୍ୟନାରାୟଣ।

ବାରମ୍ବାର ପ୍ରେମ ନିବେଦନ ପରେ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ଶାରୀରିକ ସମ୍ପର୍କ। ପ୍ରେମିକା ଗର୍ଭବତୀ ହେବା ପରେ ସ୍ଥାନୀୟ ଅଂଚଳର ଏକ ଭଡାଘରେ ରହୁଥିଲେ ଉଭୟ। କିନ୍ତୁ ଏବେ କୁନି ଝିଅକୁ ନେଇ କେଉଁ ଆଡେ ଫେରାର ମାରିଛନ୍ତି ସତ୍ୟ। ଯାହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତା ଓ ତାଙ୍କ ମାଆ...

Advertisment

ଆପଣଜାଣି ଆଶ୍ଚର୍ଯ୍ୟ ହେବେ ସତ୍ୟ ଆଇନ ବିଭାଗରେ ପାଠ ପଢୁଛନ୍ତି। କିନ୍ତୁ ନିଜେ ବେଆଇନକାମ କରି ଏବେ ଚର୍ଚ୍ଚାରେ ଅଛନ୍ତି। ସେପଟେ ସତ୍ୟନାରାୟଣଙ୍କ ସ୍ତ୍ରୀ ମଧ୍ୟ ସ୍ୱାମୀ ପ୍ରତାରଣା କରିଥିବା ନେଇ ବଲାଙ୍ଗିର ଟାଉନଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ତେବେ ଏନେଇ ପୋଲିସ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ସତ୍ୟନାରାୟଣଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ତାଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ।  ରଂଗିଲା ଟ୍ୟୁସନ ମାଷ୍ଟରଙ୍କୁ ମହଙ୍ଗା ପଡିଲା ପ୍ରେମପାଠ । ୱେବ ସାମ୍ବାଦିକ ପାଳଟିଗଲେ ସୈତାନ । କାକା ହୋଇ ଝିଆରୀର ଜୀବନ କଲେ ବରବାଦ । ଏବେ ଦେଖିବାକୁ ବାକି ରହିଲା କେବେ ଗିରଫ ହେବେ ପ୍ରତାରକ ପ୍ରେମିକ...।

(ବଲାଙ୍ଗୀରରୁ ଘଟେଶ୍ୱର ମିଶ୍ରଙ୍କ ରିପୋର୍ଟ)

Crime Tution Teacher
Advertisment
Advertisment