• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବୋରୱେଲରୁ ବାହାରୁଛି ସୁନାଗୁଣ୍ଡ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ନିକଟ ନେନ୍ଦୁପଲ ଗାଁରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି । ଗାଁର ଜାଭେଦ ନାମକ ଜଣେ ବ୍ୟକ୍ତି ମାସେ ତଳେ ନିଜ ଚାଷ ଜମିରେ ଗଭୀର ନଳକୂପ ଖୋଳିଥିଲେ ।

ଆଜି ସେ ମୋଟର ଲଗାଇ ପାଣି ବାହାର କରିବା ସମୟରେ ସୁନା ଗୁଣ୍ଡ ଭଳି ପଥର ଗୁଣ୍ଡ ବାହାରିଥିଲା । ଫଳରେ ସୁନାଗୁଣ୍ଡ ବାହାରୁଥିବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଖପ୍ରାଖୋଲ ତହସିଲଦାର, ବି.ଡି.ଓ ଏବଂ ଖପ୍ରାଖୋଲ ଥାନା ଅଧିକାରୀ ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତେବେ ବାହାରିଥିବା ଧାତୁ ଗୁଣ୍ଡର ନମୂନା ସଂଗ୍ରହ କରାଯାଇଛି । ପରୀକ୍ଷା ପାଇଁ ପଠାଯିବ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର ।