Advertisment

ଦୁର୍ଘଟଣାରେ ପୁରା ପରିବାର ଛାରଖାର: ହସ୍ପିଟାଲ୍‌ ବେଡ୍‌ରେ ଏକାକୀ ଜୀବନ ସହ ସଂଘର୍ଷ କରୁଛି ୧୫ ମାସର ଶିଶୁ

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ପୁରା ଛାରଖାର ହୋଇଯାଇଛି। ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ୧୫ ମାସର ଶିଶୁପୁତ୍ର ହସ୍ପିଟାଲ୍‌ ବେଡ୍‌ରେ ଏକାକୀ ଜୀବନ ସହ ସଂଘର୍ଷ କରୁଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bolangir Road Accident

3 Members Of A Family Died In Road Accident In Bolangir

ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗିର ରେ ଘଟିଛି। ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ପୁରା ଛାରଖାର ହୋଇଯାଇଛି। ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ୧୫ ମାସର ଶିଶୁପୁତ୍ର ହସ୍ପିଟାଲ୍‌ ବେଡ୍‌ରେ ଏକାକୀ ଜୀବନ ସହ ସଂଘର୍ଷ କରୁଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ରାସ୍ତା ସିଂହଖମନ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।

Advertisment

ସୂଚନା ଅନୁସାରେ, ଗତକାଲି ଟିଟିଲାଗଡ ବ୍ଲକ୍‌ ଅନ୍ତର୍ଗତ ଉଡାର ଗାଁର ସରୋଜ ପଶାୟତ ପରିବାର ସହ ବାଇକରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସକାଳୁ ବାହାରିଥିଲେ। ତେବେ ସିଂହଖମନ ଛକ ଠାରେ ବଲାଙ୍ଗିରରୁ ଟିଟିଲାଗଡ଼ ପଟକୁ ଯାଉଥିବା ଏକ ବସ୍‌ ସହ ସରୋଜଙ୍କ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସରୋଜ ପ୍ରାଣ ହରାଇଥିଲେ। 

ଗୁରୁତର ଅବସ୍ଥାରେ ସରୋଜଙ୍କ ପତ୍ନୀ କରିସ୍ମା, ତାଙ୍କ ୩ ବର୍ଷର ଝିଅ ରମ୍ୟା ଓ ୧୫ ମାସର ପୁଅ ରେୟାଂଶଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଅଧିକର ଗୁରୁତର ସମସ୍ତଙ୍କୁ ବୁର୍ଲା ପଠାଯାଇଥିଲା। ସେଠାରେ ସରୋଜଙ୍କ ପତ୍ନୀ ଓ ତିନି ବର୍ଷର ଝିଅ କିତ୍ସାଧୀନ ଅବସ୍ଥାରେ ଆଖି ବୁଜି ଦେଇଥିଲେ। ଆଉ ଏବେ ହସ୍ପିଟାଲ୍‌ ବେଡ୍‌ରେ ଏକାକୀ ଜୀବନ ସହ ସଂଗ୍ରାମ କରୁଛି ୧୫ ମାସର ପୁଅ ରେୟାଂଶ। ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଛି।

Advertisment
Road Accident Accident
Advertisment
Advertisment