/odishatv-khabar/media/post_attachments/uploadimage/library/16_9/16_9_0/Borewell_1679712210.jpg)
Borewell
ପୁଣି ମିଳିଲା ସୁନାର ସନ୍ଧାନ ! ବୋରୱେଲରୁ ପାଣି ସାଙ୍ଗରେ ବାହାରୁଛି ସୁନା ! ଏଭଳି ଏକ ଚମକେଇଦେଲା ଭଳି ଖବର ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲାରୁ । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ନିକଟ ନାନ୍ଦୁପଲା ଗାଁରେ ଥିବା ଏକ ବୋରୱେଲରୁ ବାହାରୁଛି ସୁନା ଗୁଣ୍ଡ । ଜମିରେ ପାଣି ମଡ଼ାଇବା ବେଳେ ବୋରୱେଲରୁ ସୁନା ଗୁଣ୍ଡ ବାହାରୁଥିବା ଜାଣିବାକୁ ପାଇଥିଲେ ।
Advertisment
ସେହି ଗାଁର ମହମ୍ମଦ ଜାଭେଦ ନାମକ ଜଣେ ବ୍ୟକ୍ତି ମାସେ ତଳେ ନିଜ ଚାଷ ଜମିରେ ଗଭୀର ନଳକୂପ ଖୋଳିଥିଲେ । ସେ ମୋଟର ଲଗାଇ ପାଣି ବାହାର କରିବା ସମୟରେ ସୁନା ଗୁଣ୍ଡ ଭଳି ପଥର ଗୁଣ୍ଡ ବାହାରିଥିଲା । ଫଳରେ ସୁନାଗୁଣ୍ଡ ବାହାରୁଥିବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଖପ୍ରାଖୋଲ ତହସିଲଦାର, ବିଡିଓ ଏବଂ ଖପ୍ରାଖୋଲ ଥାନା ଅଧିକାରୀ ।
ତେବେ ବାହାରିଥିବା ଧାତୁ ଗୁଣ୍ଡର ନମୂନା ସଂଗ୍ରହ କରାଯାଇଛି । ପରୀକ୍ଷା ପାଇଁ ପଠାଯିବ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର ।
Advertisment
Gold PowderAdvertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)