Advertisment

ମୋବାଇଲ୍‌ ଦେଲାନି ସ୍ୱାମୀ, ପନିକିରେ ହାଣିଲା ସ୍ତ୍ରୀ

ମୋବାଇଲ୍‌ ଦେବାକୁ ମନା କରିବାରୁ ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ। ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ ଏହି ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Wife Attacked Husband In Bolangir

Wife Attacked Husband In Bolangir

ଆଜିକାଲି ମୋବାଇଲ୍‌ ନିଶା ଲୋକଙ୍କୁ ଏତେ ଘାରିଛି ଯେ, କ୍ଷଣିକ ପାଇଁ ଏହାକୁ ଛାଡ଼ି ରହିପାରୁ ନାହାନ୍ତି। ମୋବାଇଲ୍‌ ଦେବାକୁ ମନା କରିବାରୁ ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ। ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଗଣେଶ୍ୱର ସୁନାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେପଟେ ଝିଅକୁ ଧରି ଫେରାର ହୋଇଯାଇଛନ୍ତି ଈଶ୍ୱରୀ କୁମାରୀ।

Advertisment

ଅଧିକ ପଢ଼ନ୍ତୁ: ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ : ରାତିରେ ପଶି ଆସି ଖଣ୍ଡାରେ ହାଣିଲା ପଡ଼ୋଶୀ

ସୂଚନା ଅନୁସାରେ, ଗତକାଲି ଈଶ୍ୱରୀ ସ୍ୱାମୀ ଗଣେଶ୍ୱରଙ୍କୁ ମୋବାଇଲ୍‌ ମାଗିଥିଲେ। ଡାଟା ଶେଷ ହୋଇଯିବ କହି ଗଣେଶ୍ୱର ସ୍ତ୍ରୀକୁ ମୋବାଇଲ୍‌ ଦେଇନଥିଲେ। ଫଳରେ ବିଳମ୍ବିତ ରାତିରେ ସ୍ୱାମୀ ଶୋଇଥିବା ବେଳେ ଈଶ୍ୱରୀ ପନିକି ଆଣି ଗଣେଶ୍ୱରଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ। ଏହାକୁ ଗଣେଶ୍ୱର ପ୍ରତିରୋଧ କରିବାରୁ ତାଙ୍କ ହାତକୁ ମଧ୍ୟ ଈଶ୍ୱରୀ ଆକ୍ରମଣ କରିଥିଲେ। 

Advertisment

ଘଟଣା ପରେ ଈଶ୍ୱରୀ ୪ ବର୍ଷର ଝିଅକୁ ଧରି ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକେ ଗଣେଶ୍ୱରଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ସୂଚନାଥାଉ କି, ଗତ ୬ ବର୍ଷ ପୂର୍ବେ ଗଣେଶ୍ୱର ଛତିଶଗଡ ବିଳାସପୁରର ଈଶ୍ୱରୀ କୁମାରୀଙ୍କୁ ବାହା ହୋଇଥିଲେ। ସେମାନଙ୍କର ଚାରି ବର୍ଷର ଝିଅ ଅଛି।ମଝିରେ ମଝିରେ ସ୍ୱାମୀ- ସ୍ତ୍ରୀଙ୍କ ଭିତରେ ଝଗଡ଼ା ଲାଗି ରହୁଥିଲା।

Crime
Advertisment
Advertisment