• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଜ୍ୱାଇଁ ଯାଇଥିଲା ଶ୍ୱୁଶର ଘର । ଭାବିଥିଲା ଜ୍ୱାଇଁ ଚର୍ଚ୍ଚା ପାଇବ, କେତେ କଣ ଭଲମନ୍ଦ ଖାଇବ । ହେଲେ ସବୁ କିଛି ଓଲଟପାଲଟ ହୋଇଗଲା । କାରଣ ଶ୍ୱଶୁର ଘର ଲୋକ ଜ୍ୱାଇଁଙ୍କୁ ପିଟିପିଟି ମାରିଦେଲେ । ଏମିତି ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗିର ଖପ୍ରାଖୋଲ ଚାବ୍ରିପାଲି ଗାଁରୁ । ଜ୍ୱାଇଁକୁ ହତ୍ୟା କଲେ ଶ୍ବଶୁରଘର ଲୋକ । ଖାଲି ହତ୍ୟା କଲେ ତାହା ନୁହେଁ ବରଂ ମୃତଦେହକୁ ଏମିତି ଅଖା ବସ୍ତାରେ ପୂରାଇ ରଖିଲେ । ଭାବିଥିଲେ କେହି କିଛି ଜାଣିପାରିବେ ନାହିଁ କିନ୍ତୁ ସବୁ ଖେଳ ଭଣ୍ଡୁର କରିଦେଲା ପୋଲିସ୍‌ । ହତ୍ୟା ହେବାର କଥା ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍‌ । ଖାଲି ପହଞ୍ଚିଥିଲା ତାହା ନୁହେଁ ବରଂ ଯେଉଁ ଅଖାରେ ମୃତଦେହ ରହିଥିଲା ତାହାକୁ ଜବତ ମଧ୍ୟ କଲା । 

ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ଥାନା ଚାବ୍ରିପାଲି ଗାଁରେ ଘଟିଛି ଏମିତି ଭୟାନକ ଘଟଣା  । ଗାଡି ଭିତରେ ଅଖା ରହିଛି ଆଉ ସେହି ଅଖା ଭିତରେ ରହିଥିଲା ମଣିଷ ଶବ । ହଁ ଦର୍ଶକବନ୍ଧୁ ! ଅଖା ଭିତରେ ଥିଲା ମଣିଷ ଶବ। ସ୍ୱାଭାବିକ ମୃତ୍ୟୁ ନୁହେଁ ବରଂ ହୋଇଥିଲା ହତ୍ୟା । ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କର .ନାଁ- ରୂଦ୍ର ମେହେର । ଘର ବରଗଡ ଜିଲ୍ଳା ପଦ୍ମପୁର ଥାନା ଗଡଭାଟି ପଡା ବୋଲି ଜଣାପଡିଛି । ଶ୍ୱଶୁର ଘରକୁ ବୁଲି ଆସିଥିଲେ ରୂଦ୍ର । ସ୍ତ୍ରୀ ସରୋଜିନୀ ଶ୍ୱଶୁର ଘରେ ରହୁଥିବାରୁ ଅନେକ ଥର ବି ଆସିଛନ୍ତି ରୁଦ୍ର । ୬ ମାସ ଆଗରୁ ପୁଅ ଟିଏ ଜନ୍ମ ହୋଇଥିଲା । ଆଗରୁ ସାତ ବର୍ଷର ଝିଅଟିଏ ଥିଲା । ହେଲେ ଶ୍ୱଶୁର ଘରେ ସ୍ତ୍ରୀ ରହିଥିବାରୁ ତାଙ୍କୁ ନେବାକୁ ଆସିଥିଲେ ସ୍ୱାମୀ । କିନ୍ତୁ ପ୍ରାଣ ହରାଇଲେ, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଶ୍ୱଶୁର ଘରେ ମାସେ ରହିବା ପରେ ମଦ ପିଇ ପାଟି କରୁଥିଲେ ରୂଦ୍ର । ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ । କିନ୍ତୁ ଏ ଝଗଡ଼ାକୁ ସବୁଦିନ ପାଇଁ ବନ୍ଦ କରିବାକୁ ପୂରା ମାଷ୍ଟର ପ୍ଲାନ୍‌ କରିଥିଲେ ଶ୍ୱଶୁର ଘର ଲୋକ । ଏମିତିକି ରୁଦ୍ରଙ୍କୁ ମାରିବା ପରେ ଶବକୁ ଅଖାରେ ପୂରାଇ ବାହାରେ ଫିଙ୍ଗିବା ଲାଗି ନେଉଥିଲେ । କିନ୍ତୁ ଗାଁ ଲୋକ ସନ୍ଦେହ କରିବା ସହିତ ଗାଡି ଅଟକାଇ ଯାହା ଦେଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କାରଣ ଅଖା ଭିତରେ ଥିଲା ଶବ ।

ଘଟଣାକୁ ନେଇ ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ତେବେ ରୁଦ୍ରଙ୍କ ହତ୍ୟାକୁ ନେଇ ସ୍ତ୍ରୀ କହିଛନ୍ତି ସେ ସବୁବେଳେ ପାଟିତୁଣ୍ଡ କରୁଥିବାରୁ ତାଙ୍କୁ ଗାଁ ଲୋକେ ପିଟିପିଟି ହତ୍ୟା କରିଛନ୍ତି । କିନ୍ତୁ ରୁଦ୍ରଙ୍କ ଭାଇ ସିଧାସିଧା କହିଛନ୍ତି ଭାଇଙ୍କୁ ହତ୍ୟା କରାଯାଇଛି । ତେବେ ହତ୍ୟା ଘଟଣାରେ ସ୍ତ୍ରୀ, ଶାଶୂ,ଶ୍ୱଶୁର ଓ ଶଳାକୁ ଖପ୍ରାଖୋଲ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ । ଏପରିକି ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଯାଞ୍ଚ କରୁଛନ୍ତି । ହତ୍ୟାରେ ବ୍ୟବହୃତ କାଠ ଫାଳିଆକୁ ଜବତ କରିଛି ପୋଲିସ । ତେବେ ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବଢିଛି ଚର୍ଚ୍ଚା ।

(ବଲାଙ୍ଗିରରୁ ମନରୋଂଜନ ଯୋଶୀଙ୍କ ସହ କରୁଣାକର ବୁଡେକ)