/odishatv-khabar/media/post_attachments/uploadimage/library/16_9/16_9_0/balangir_1679747339.jpg)
balangir
ବଲାଙ୍ଗିର ଟାଉନ ହଲଠାରେ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ ଓଟିଭି ଏମ.ଡି ତଥା କୋ ଫାଉଣ୍ଡର ଜଗି ମଙ୍ଗତ ପଣ୍ଡା, ଓଭୋ ଫାର୍ମର ଲିଡ଼ ଆନାଲିଷ୍ଟ କେମ ଲୀନ ଲାଏ ଏବଂ ରାରିଆନ କମ୍ପାନୀ ସିଇଓ ଅନିରୁଦ୍ଧ ମିଶ୍ର । ସଭାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ ।
ସଭାରେ ଓଟିଭି ଏମ.ଡି ନିଜ ବକ୍ତବ୍ୟରେ କହିଥିଲେ, ବଲାଙ୍ଗିର ମାଟି ମାଆ ସମଲେଶ୍ୱରୀଙ୍କ ମାଟି । ମାଆମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ଆସିଲେ ଦେଶ ଆଗକୁ ଯିବ । ତା’ସହ ସମାଜସେବା ଦିଗରେ ଆଗେଇ ଆସି ଭଲ କାମ କରିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ ।
#ବଲାଙ୍ଗିରରେ_ନିଜ_ସ୍ୱପ୍ନ_କହିଲେ_ଓଟିଭି_ଏମଡି
ବଲାଙ୍ଗିରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନର ଷଷ୍ଠ ବାର୍ଷିକ ଉତ୍ସବରେ ଅତିଥି ଭାବେ ଯୋଗଦେଇଥିଲେ #OTV ଏମଡି ଜଗି ମଙ୍ଗତ ପଣ୍ଡା। କହିଲେ, ‘ମୁଁ ଭାଷଣ ଦେବାକୁ ଆସିନି, ମାହେଶ୍ୱରୀ ସଂଗଠନ କିଭଳି ସମାଜସେବା କରୁଛି ଜାଣିବା ପାଇଁ ଆସିଛି’#JagiMangatPanda#OTVMD#Bolangirpic.twitter.com/7mISKHZpfy— ଓଟିଭି (@otvkhabar) March 25, 2023
ଅନୁଷ୍ଠିତ ଆଲୋଚନା ଚକ୍ରରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଜଗି ମଙ୍ଗତ ପଣ୍ଡା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)