• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାୟଗଡାରେ ଟାଇଁ ଟାଇଁ କୁଆପଥର ମାଡ଼ । ପଥର ଭଳି ବର୍ଷିଲା ଆକାଶରୁ । ତୁହାକୁ ତୁହା ବର୍ଷା ସାଙ୍ଗକୁ ଅତର୍କିତ କୁଆପଥର ମାଡ଼ । ରାୟଗଡ଼ାରେ ପଶ୍ଚିମା ଝଡର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ଝଡତୋଫାନ ସାଙ୍ଗକୁ କୁଆପଥର ମାଡରେ ଉଡିଯାଇଛି ଆଜବେଷ୍ଟସ । ଉଜୁଡିଯାଇଛି ଘରଦ୍ୱାର । କଲ୍ୟାଣସିଂହପୁରର ପାରାମାଲି ଗାଁ ଓ କାଶୀପୁରର ଚନ୍ଦପୁରରେ କରାଳ ରୂପ ଦେଖାଇଛି ପ୍ରକୃତି । 

ସାଲେପୁରରେ ବି ଅଚାନକ ଆକାଶରୁ କ୍ଷୀପ୍ର ବେଗରେ ଖସିଆସିଥିଲା କୁଆପଥର ଖଣ୍ଡ । ଦେଖୁ ଦେଖୁ ସବୁ ଉଜାଡି ଦେଇଥିଲା । କଟକ ଜିଲ୍ଲା ସାଲେପୁରରେ ବି ସ୍ଥିତି ସଂଗୀନ । ବରଫ ଖଣ୍ଡ ଭଳି କୁଆପଥର ମାଡରେ ଘର ଛପର କଣା ହୋଇଯାଇଛି । ଭେଡା ଅଂଚଳର ବରାହିପୁର ଗାଁରେ ୮ ବଖରା ଘରକୁ ସର୍ବନାଶ କରିଦେଇଛି କୁଆପଥର ମାଡ ସାଙ୍ଗକୁ ପ୍ରବଳ ଝଡ ବର୍ଷା ।

ଅଧିକ ପଢ଼ନ୍ତୁ: ଘାଇଲା କରିଛି ପଶ୍ଚିମା ଝଡ଼; ନେଇଛି ଜୀବନ, ଭାଙ୍ଗିଛି ଘର

ଦଶପଲ୍ଲାରେ ବି କରାଳ ରୂପ ଦେଖାଇଛି ପଶ୍ଚିମାଝଡ଼ । ଏମିତି ବେଗରେ ହଠାତ୍ କୁଆପଥର ମାଡ ହୋଇଥିଲା ଯେ, ସବୁ ଅଟକିଯାଇଥିଲା ରାସ୍ତା ଉପରେ । ପ୍ରବଳ ବର୍ଷା ସାଙ୍ଗକୁ ଝଡ ତୋଫାନରେ ଉପୁଡିପଡିଥିଲା ବଡ ବଡ ଗଛ ।

ବଲାଙ୍ଗୀର ରେ ବି ଚାଷୀ ପାଇଁ କାଳ ହୋଇଛି କୁଆପଥର । ନଷ୍ଟ ହୋଇଯାଇଛି ସୁନାର ଫସଲ । ଅଦିନିଆ ବର୍ଷା ଧୋଇନେଇଛି ଚାଷୀର ସମ୍ପତ୍ତି । କ୍ଷୟକ୍ଷତିର ହିସାବ ନାହିଁ ।

ଯାଜପୁର ରେ ପନିପରିବାର ଅବସ୍ଥା ତ ନକହିଲେ ଭଲ । ଉଜୁଡି ଯାଇଛି ହେକ୍ଟର ହେକ୍ଟର ଅଂଚଳରେ ହୋଇଥିବା ସବୁଜ ପନିପରିବା ଚାଷ । ଯାଜପୁରର ବରୀ, ବିଂଝାରପୁର ଓ ଦଶରଥପୁର ଅଂଚଳରେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଯାଇଛି । ବିଲରେ ପାଣି ଜମି ରହିଛି। ଆଉ ତାଭିତରେ ଗଛରୁ ଝଡିପଡି ପଚୁଛି ବାଇଗଣ, ଜହ୍ନି, ପୋଟଳ, ଟମାଟ ଭଳି ପରିବା ।

କେନ୍ଦ୍ରାପଡା ରେ ପଶ୍ଚିମା ଝଡ ପ୍ରଭାବରେ ମାଟିରେ ଲୋଟି ପଡିଛି ବଡ ବଡ ଗଛ । ତିନି ଦିନ ହେଲା ରହି ରହି ବର୍ଷା ହେଉଛି । ପ୍ରବଳ ପବନ ଯୋଗୁଁ ରାସ୍ତା କଡ଼କୁ ଖସିଯାଇଛି ଅଗ୍ନିଶମ ଗାଡ଼ି । ବିନିକାରେ ଘଡ ଘଡି ସହ ପ୍ରବଳ ଝଡ ତୋଫାନ ଓ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ବିନିକାରେ ଗଛ ପଡି ରାସ୍ତା ଅବରୋଧ ହୋଇଯାଇଛି ।

ଏପଟେ ଟୁଇନ ସିଟି ଭୁବନେଶ୍ୱର ଓ କଟକରେ ବି ତୁହାକୁ ତୁହା ବର୍ଷିଛି । ଚାରିଆଡେ ପାଣି ଭର୍ତ୍ତି । ଏହାରି ଭିତରେ ଆସନ୍ତା ୨୩ ତାରିଖରୁ ପୁଣି ପଶ୍ଚିମା ଝଡ ସକ୍ରିୟ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।