• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବଲାଙ୍ଗିର ସୁଦପଡ଼ାର ଏକ ଘରୁ ଆଲବମ୍ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଆଲବମ୍ ଅଭିନେତ୍ରୀଙ୍କ ନାଁ ରୁଚିସ୍ମିତା ଗୁରୁ ବୋଲି ଜଣାପଡ଼ିଛି । ଘର ଭିତରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କ ମାମୁଘର ସୁଦପଡ଼ା । ନିଜ ଘର ସହରର ତାଲପାଲିପଡ଼ା । ତେବେ ଅଭିନେତ୍ରୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ ହୋଇଛି ।

ବଲାଙ୍ଗିର ଜିଲ୍ଲା ପାଇଁ ସେ ବହୁତ ଲୋକପ୍ରିୟ ଥିଲେ । ସେ ଅନେକ ଓଡ଼ିଆ ଆଲବମ୍ ଓ ଭଜନ କରିଛନ୍ତି । ସେ ମାମୁଘରେ ରହୁଥିଲେ । ଯେଉଁ ଘରେ ତାଙ୍କର ମୃତ୍ୟୁ ହୋଇଥିଲା, ସେହି ଘରକୁ ପୋଲିସ ସିଲ୍‌ କରିଦେଇଛି।

ଘଟଣାକୁ ନେଇ ମୃତ ଅଭିନେତ୍ରୀଙ୍କ ମା’ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ମା’ଙ୍କ କହିବାନୁଯାୟୀ, ତାଙ୍କର ଝିଅ ସହ ବଚସା ହୋଇଥିଲା । ଖାଇବା ତୁରନ୍ତ କରିବା ପାଇଁ ଝିଅକୁ କହିଥିଲେ । ହେଲେ ଝିଅ ବିଳମ୍ବରେ କରିବା କହିବାରୁ ସେ ଯୁକ୍ତିତର୍କ କରିଥିଲେ । ଫଳରେ ଏଥିରେ ରାଗିଯାଇ ସେ ଦଉଡ଼ି ଲଗାଇ ଝୁଲିପଡ଼ିଥିବା ତାଙ୍କ ମା’ କହିଛନ୍ତି ।

ସେପଟେ ଓଲିଉଡ ଜଗତକୁ ଦେଖିଲେ ନିକଟରେ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀଙ୍କ ପରଲୋକ ହୋଇଛି । ଯାହାର ସ୍ଥାନ କେବେବି ପୂରଣ ହୋଇପାରିବ ନାହିଁ । ନିକଟରେ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିଲା । ମାର୍ଚ୍ଚ ୧ ତାରିଖରେ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚାଲିଯାଇଥିଲେ ।

ଲିଭର୍ ସିରୋସିସ୍‌ରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ଚିକିତ୍ସିତ ହେଉଥିଲେ। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ତେଣୁ ସେ ଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ତାଙ୍କର ଲିଭର୍ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା। ହେଲେ ସେଠାରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ପିଣ୍ଟୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ଜଣକ ପରେ ଜଣେ ଅଭିନେତା ଓ ଅଭିନେତ୍ରୀଙ୍କ ପରଲୋକକୁ ନେଇ ବର୍ତ୍ତମାନ ଓଲିଉଡରେ ଶୂନ୍ୟସ୍ଥାନ ସୃଷ୍ଟି ହେବାରେ ଲାଗିଛି ।