ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି ।
ଶାରିରୀକ ସମସ୍ୟାର ସମାଧାନ ପାଇଁ ତାନ୍ତ୍ରିକ ପାଖକୁ ଯାଇ ଏବେ ଭୋଗୁଛନ୍ତି ଯମ ଯନ୍ତ୍ରଣା । କାରଣ ତାଙ୍କ ମୁଣ୍ଡ ଭିତରେ ଫୋଡ଼ାଯାଇଛି ଛୁଞ୍ଚି ଆକାରର କଣ୍ଟା ।
ଯୁଗ ଆସି ଏକବିଂଶ ଶତାବ୍ଦୀ ହେଲାଣି । ମଣିଷ ଯାଇ ଚନ୍ଦ୍ରରେ ପାଦ ଦେଲାଣି । ତଥାପି କୁସଂସ୍କାର ଓ ଅନ୍ଧ ବିଶ୍ୱାସ କବଳରୁ ବାହାରି ପାରୁନି ମଣିଷ ।
ଅଭାବୀ ବର୍ଷା ଯୋଗୁଁ ଫସଲ ବଞ୍ଚାଇବା ପାଇଁ ଚାଷୀର ସଂଘର୍ଷ । ଗଜା ମରୁଡ଼ିରୁ ବଞ୍ଚିବା ପାଇଁ ଜମି ଭିତରେ ପିଇବା ପାଣିର ଟ୍ୟାଙ୍କର । କିନ୍ତୁ ପିଇବା ପାଇଁ ଏହି ପାଣି ଆସିନାହିଁ । ପହ୍ଳା ବଂଚାଇବା ପାଇଁ ଟ୍ୟାଙ୍କରରେ ଆସିଛି ପାଣି ।
ସଇଁତଳାରେ ଏକକାଳୀନ ବହୁ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ ରାଜ୍ୟସ୍ତରୀୟ ଟିମ୍। କାହିଁକି ସେଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ହଠାତ୍ ବଢ଼ିଲା ତାର ଅନୁଧ୍ୟାନ କରାଯିବ।
ଉପଭୋକ୍ତାଙ୍କୁ ୧୬ ଟଙ୍କାର କ୍ୟାରି ବ୍ୟାଗ ନଦେବାରୁ, ବଲାଙ୍ଗିର ସହର ଭିତରେ ଥିବା ବିଶାଲ ମେଗା ମାର୍ଟକୁ ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତ ୩୩ ହଜାର ଟଙ୍କା ଫାଇନ କରିଛନ୍ତି।
ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ସ୍ବାମୀ-ସ୍ତ୍ରୀ ସମେତ ଗୋଟିଏ ଗୋରୁର ମୃତ୍ୟୁ ହୋଇଛି ।
ଆକାଶ ଛୁଆଁ ନୂଆ କୋଠାକୁ ଦେଖିଲେ ମନଖୁସି ହେଇଯିବ। ସବୁ ପ୍ରକାର ସିଭିଲ କାମ ସରିଯାଇଛି। କିନ୍ତୁ ୭୫୦ ଶଯ୍ୟା ଭିତରୁ ଗୋଟିଏ ବି ବେଡ କାର୍ଯ୍ୟକ୍ଷମ ନୁହେଁ।
ଖୋଲିବାରେ ଲାଗିଛି ‘କମ୍ପ ଭାଇ’ର ସ୍କାମ୍ । କେମିତି ପିଲାଙ୍କଠୁ ଟଙ୍କା ଆଦାୟ କରୁଥିଲା, ଆଉ ତାକୁ ଚଳୁ କରୁଥିଲା ।
ଚାକିରୀ ଦେବା କହି ଆଦାୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଦଲାଲ ଲଗାଇ ଟଙ୍କା ଆଦାୟ ପରେ, କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି ମାଷ୍ଟର ମାଇଣ୍ଡ ।
ଦୁଇ ଶିଶୁକନ୍ୟାକୁ ଉଦ୍ଧାର କରି ଅଡୁଆରେ ଶିଶୁ ସୁରକ୍ଷା ୟୁନିଟ ବା ଡି.ସି.ପି.ୟୁ। ଶିଶୁକନ୍ୟା ଦୁଇଟି କୋଉଠୁ ଉଦ୍ଧାର ହେଲେ? କିଏ ଆଣିକି ଆସିଥିଲା? ଏ ସଂର୍ପକରେ ଡି.ସି.ପି.ୟୁଙ୍କ ପାଖରେ ନଥିଲା କୌଣସି ତଥ୍ୟ।
ଗତ ମାର୍ଚ୍ଚ ମାସରୁ ବଲାଙ୍ଗିର ଜିଲ୍ଳାରେ ଦାଉ ସାଧିଛି ଖରା । ପାରଦ ୪୮ ଛୁଇଁଛି । ବୈଶାଖ, ଜ୍ୟୋଷ୍ଠ ଯାଇ ଆଷାଢ଼ ଆସିଲାଣି, ତଥାପି ଦାଉ ଦାଉ ସାଧୁଛି ଖରା ।
ମମିତା ମେହେର ହତ୍ୟାର ପୁଣି CBI ତଦନ୍ତ ଦାବି। ମମିତାଙ୍କ ପରିବାର ଲୋକ ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି।
ଦିନ ପ୍ରାୟ ୧୧ଟା । ଭୀମଭୋଇ ମେଡିକାଲ କଲେଜ୍ ଆଣ୍ଡ ହସପିଟାଲର ମେଡିସିନ ବିଭାଗ ବାରଣ୍ଡାରେ ପଡିରହିଥିଲା ମୃତଦେହ । କେହି ପାଖ ମାଡୁନଥିଲେ । ମାଆ, ପତ୍ନୀ, ଭାଇ, ପାଖରେ ସମସ୍ତେ ଥିଲେ, ହେଲେ ଶବ ଛୁଇଁବାକୁ କାହାର ଜୁ ନଥିଲା ।
ଅନ୍ୟଜାତିରେ ବିବାହ କରିଥିବାରୁ ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥିଲା। ଗତକାଲି ଦେହ ଖରାପ ହେବାରୁ, ଉପେନ୍ଦ୍ରଙ୍କୁ ତାଙ୍କ ସ୍ତ୍ରୀ ହସପିଟାଲରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତିରେ ଆଖି ବୁଜିଦେଲେ ଉପେନ୍ଦ୍ର ।
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ସାଙ୍ଗକୁ ଝଡ଼ ତୋଫାନ ସତର୍କତା । ଆଗାମୀ ୩ ଦିନ ଯାଏ ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ ଦିନ ତାପମାତ୍ରା । ଗରମ ସହ ଗୁଳୁଗୁଳିରେ ବି ସନ୍ତୁଳି ହେବେ ରାଜ୍ୟବାସୀ ।
ଆଗରୁ ୩ ଟଙ୍କାରେ କୁଲିମଜୁରୀ କରୁଥିଲେ, ଟ୍ରକ୍ ହେଲପର୍ କାମ ବି ଥିଲେ। ଆଉ ଏବେ ରାତାରାତି ପାଲଟିଯାଇଛନ୍ତି କଣ୍ଟାବାଞ୍ଜିର ରିୟଲ ହିରୋ। ମୁଖ୍ୟମନ୍ତ୍ରୀଙ୍କୁ ମାତ୍ ଦେଇ ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ବାଗ୍।
ଆସନ୍ତା ୩ରୁ ୪ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ପ୍ରବେଶ କରିବ । ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।
ନେତାଙ୍କ ଛାତି ଧଡ଼ଧଡ଼। ଧିରେ ଧିରେ ଖୋଲୁଛି ଇଭିଏମ୍ ପେଡି। ଫଇସଲା
ରାଜ୍ୟରେ ଏବେ ମୃତ୍ୟୁର ଖେଳ ଖେଳୁଛି ଗ୍ରୀଷ୍ମ ପ୍ରବାହ । ଘରୁ ଗୋଡ଼ କାଢ଼ିଲେ ସତେଯେମିତି ଭିଡ଼ି ନେଉଛି ମରଣର କୋରଡ଼କୁ ।
ଆଜି ସକାଳ ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ରେ ୩୮, ବଲାଙ୍ଗିର ୩୭.୪, ସୋନପୁର ଓ ଝାରସୁଗୁଡ଼ା ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨ ଓ ବୌଦ୍ଧରେ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି।
ରାଜ୍ୟରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥରେ ଲାଗିଛି ଗହଳି।
ଭୋଟ୍ ଦେଉଛି ଓଡ଼ିଶା। ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ। ୫ଟି ସଂସଦୀୟ କ୍ଷେତ୍ର
ଟିଟିଲାଗଡ଼ ଡିଏଭି କଲେଜ ଡିସପୋଜାଲ୍ ସେଣ୍ଟରରୁ ଭୋଟିଂ ସାମଗ୍ରୀ ସଂଗ୍ରହ ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ସୁଶୀଲ ଆଚାର୍ଯ୍ୟ । ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ବଲାଙ୍ଗିର ସ୍ଥାନାନ୍ତର ବେଳେ ଆଖି ବୁଜିଥିଲେ ସୁଶୀଲ ଆଚାର୍ଯ୍ୟ ।
କିଛି ସମୟ ପରେ ଆହତ ଅବସ୍ଥାରେ ୨ କର୍ମୀ ଉଦ୍ଧାର ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସଇଁତଳା ଥାନାରେ ୧୫ ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି ଆହତ ୨ ବିଜେପି କର୍ମୀ।