Advertisment

Student Atrocity: ଆଦିବାସୀ ହଷ୍ଟେଲରେ ବର୍ବରତା, ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ଅକଥନୀୟ ନିର୍ଯାତନା

ମୟୁରଭଞ୍ଜ ଜିଲ୍ଲାରେ ଏକ ଅଭବନୀୟ ଘଟଣା ସାମ୍ନାକୁ ଆସିଛି। ସ୍କୁଲର ହଷ୍ଟେଲରେ ଜଣେ ଆଦିବାସୀ ଛାତ୍ରଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ବ୍ଲେଡରେ ହାତ କାଟି କିଛି ସିନିୟର କ୍ଷତ ସ୍ଥାନରେ ଲୁଣ ମାରିଲେ। ବନ୍ଦ ଘରେ ହାତକୁ ବାନ୍ଧି ୩-୪ ଘଣ୍ଟା ନିସ୍ତୁକ ପିଟିଲେ। ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀର କିଛି ଛାତ୍ର ଏଭଳି ବର୍ବର ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
blade

blade

ମୟୁରଭଞ୍ଜ ଜିଲ୍ଲାରେ ଏକ ଅଭବନୀୟ ଘଟଣା ସାମ୍ନାକୁ ଆସିଛି। ସ୍କୁଲର ହଷ୍ଟେଲରେ ଜଣେ ଆଦିବାସୀ ଛାତ୍ରଙ୍କୁ ଦିଆଯାଇଛି ଅକଥନୀୟ ନିର୍ଯାତନା। ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ ଏହି ଛାତ୍ର। ତାଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ବ୍ଲେଡରେ ହାତ କାଟି ଦେଇଛନ୍ତି ସିନିୟର। ଐପରିକି କ୍ଷତ ସ୍ଥାନରେ ଲୁଣ ମାରିବା ସହ ବନ୍ଦ ଘରେ ହାତକୁ ବାନ୍ଧି ୩-୪ ଘଣ୍ଟା ନିସ୍ତୁକ ପିଟିଛନ୍ତି। ଏହି ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନବମ ଶ୍ରେଣୀର କିଛି ଛାତ୍ର ଏଭଳି ବର୍ବର ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ଚକ୍ରବ୍ୟୁହରେ ଫସିଗଲା ଝାମୁ; ପୋଲିସ କଲା ଏନକାଉ

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଏକ ଆଦିବାସୀ ହଷ୍ଟେଲରୁ ସାମନାକୁ ଆସିଛି ଏ ସାଂଘାତିକ ଘଟଣା। ଛୁଟିରେ ଛାତ୍ର ଜଣଙ୍କ ଘରୁ ହଷ୍ଟେଲକୁ ଫେରିବାକୁ ରାଜି ନ ଥିଲେ। ବାପା ମା କାରଣ ଜାଣିବାକୁ ଚାହିଁବାରୁ ଯେଉଁ ସତ ସାମ୍ନାକୁ ଆସିଥିଲଲା ତାହା ଛାତି ଥରାଇଦେବା ଭଳି। ସ୍କୁଲକୁ ଫେରିବାକୁ ଅମଙ୍ଗ ହେବାରୁ ଯେତେବେଳେ ବାପାମାଆ ପଚାରିଥିଲେ ସେତେବେଳ ସାମନାକୁ ଆସିଥିଲା ନିର୍ଯାତନାର ସତ। ସିନିୟର ମାନଙ୍କ ଅକଥନୀୟ ନିର୍ଯାତନାର କାହାଣୀ ସାମ୍ନାକୁ ଆସିଥିଲା।

ପୀଡ଼ିତ ଛାତ୍ର ଅଭିଯୋଗ କରିଛନ୍ତି, ସିନିୟର ପିଲାମାନେ ହଷ୍ଟେଲ ଛାତ ଉପରେ ବସି ମଦ ପିଉଥିଲେ। ଏନେଇ ପ୍ରଧାନ ଶିକ୍ଷକଙ୍କୁ ଜଣାଇବାରୁ ଟାର୍ଗେଟ କରିଥିଲେ ଉପର ଶ୍ରେଣୀର ପିଲା। ହାତ ବାନ୍ଧି ରୁମ୍ ଭିତରେ ନିସ୍ତୁକ ପିଟିବା ସହ ହାତକୁ ବ୍ଲେଡରେ କାଟି ଦେଇଥିଲେ। ଏପରିକି ଲୁଣ ବି ଘସି ଦେଇଥିବା ଅଭିଯୋଗ ହୋଇଛି।

Advertisment

ଘଟଣା ବାବଦରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକାଇଥିଲେ। ଏଥିରେ ଡରି ଯାଇ ସେ କାହାରିକୁ କିଛି କହି ନଥିଲେ। ଏନେଇ ପୀଡିତ ଛାତ୍ରଙ୍କ ଅଭିଭାବକ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଗତ ଫେବ୍ରୁଆରୀ ମାସରେ ଏହି ଘଟଣା ଘଟିଥିଲା। ତେବେ ଏତେବଡ଼ ଘଟଣା ଘଟିଥିଲେ ବି ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଘଟଣା ସମ୍ପର୍କରେ ଜଣାଇ ନଥିଲେ। ଯାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁପୋଲିସ ଖେଳିଲା ଚକା ଭଉଁରୀ; ୨୦ କିଲୋମିଟର ପରେ....

Schools Student
Advertisment
Advertisment