Advertisment

ଓଡ଼ିଶାରେ ରେଡ୍, ଦେଶବ୍ୟାପି ହଇଚଇ ! ମଦ ବ୍ୟବସାୟୀଙ୍କ ଘରୁ ୨ଶହ କୋଟି ନଗଦ ଜବତ

ଚେତାବନୀ ଶୁଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଡ଼ାଗଣ୍ଡା କରି ଆଦାୟ କରାଯିବ ଜନତାଙ୍କଠୁ ଲୁଟ୍ ଟଙ୍କା କହିଲେ ପ୍ରଧାନମନ୍ତ୍ରୀ ।

author-image
Satyendu Shekher Mishra
undefined

Narendra Modi

ଓଡ଼ିଶାରେ ଆଇଟି ରେଡ୍ । ଦେଶବ୍ୟାପୀ ହଇଚଇ । ମଦ ବ୍ୟବସାୟୀଙ୍କ ଉପରେ ରେ଼ଡରୁ 200 କୋଟିର ନଗଦ ଅର୍ଥ ଜବତକୁ ନେଇ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ କଡ଼ା ପ୍ରତିକ୍ରିୟା। ଝାଡ଼ଖଣ୍ଡର ରାଜ୍ୟସଭା କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ସାମ୍ରାଜ୍ୟ ଉପରେ ଆଇଟି ରେଡରୁ କୋଟି କୋଟିର ନଗଦ ଅର୍ଥ ମିଳିଥିବାର ଖବରକୁ ସେୟାର କରି ମୋଦି ଲେଖିଛନ୍ତି-ଜନତାଙ୍କ ଠାରୁ ଯାହା ଲୁଟିଛ, ତାକୁ କଡ଼ା ଗଣ୍ଡା କରି ଫେରାଇବାକୁ ହେବ। ଏହା ମୋଦିଙ୍କ ଗ୍ୟାରେଣ୍ଟି। ଏଥିସହ କଂଗ୍ରେସକୁ ପରୋକ୍ଷ ନିଶାନା କରି ଦେଶବାସୀ ଏ ଟଙ୍କାର ପାହାଡ଼କୁ ଦେଖନ୍ତୁ, ଏବଂ ତାଙ୍କ ନେତାଙ୍କ ଭାଷଣ ଶୁଣନ୍ତୁ ବୋଲି ବି କଟାକ୍ଷ କରିଛନ୍ତି।

Advertisment

ଅନ୍ୟପଟେ ବିଜେପି ପକ୍ଷରୁ ବି ସାମ୍ବାଦିକ ସମ୍ମିଳନୀ କରାଯାଇ ସିଧାସଳଖ ଗାନ୍ଧୀ ପରିବାରକୁ ନିଶାନା କରାଯାଇଛି। ତେବେ ବଡ କଥା ହେଉଛି ଓଡିଶା ସହ ଝାଡଖଣ୍ଡ ସାଂସଦ ଧୀରଜ ସାହୁଙ୍କ କଣ ରହିଛି ଲିଙ୍କ୍ ? ବଲାଙ୍ଗୀର ମଦ ବେପାରୀ ବଳଦେବ ସାହୁଙ୍କ ସହ ତାଙ୍କର ରହିଛି କି ସଂପର୍କ। ଜାତୀୟ ଗଣମାଧ୍ୟମ ଖବର ଅନୁଯାୟୀ ଓଡିଶା, ପଶ୍ଚିମବଙ୍ଗ ଆଉ ଝାଡଖଣ୍ଡରେ ବଳଦେବ ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ କଂପାନୀ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପାରିବାରିକ କଂପାନୀ। କିନ୍ତୁ ଏନେଇ ଏ ପର୍ଯ୍ୟନ୍ତ ଧୀରଜ ସାହୁ କିମ୍ବା ବଳଦେବ ସନ୍ସ କଂପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।.

ଏପଟେ ଆଇଟି ରେଡ୍ ଓ ବିପୁଳ ଟଙ୍କା ଜବତକୁ ନେଇ ରାଜ୍ୟ ରାଜନୀତି ବି ସରଗରମ। ଆଜି ଘଟଣାରେ ଶାସକ ବିଜେଡିକୁ ଟାଣି ୨୪ ନିର୍ବାଚନ ଲାଗି ଏହି ଟଙ୍କା ଦଳ ଲାଗି ହୋର୍ଡିଂ ରହିଥିବା ଅଭିଯୋଗ କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ବଲାଙ୍ଗୀରର ମଦ ବେପାରୀ ଦୀପକ ସାହୁଙ୍କ ଫୋଟୋ ଦେଖାଇ ମନ୍ତ୍ରୀଙ୍କୁ ବିବାଦକୁ ଟାଣିଛି ଦଳ। ଦଳ ଅଭିଯୋଗ କରିଛି, ଖାଲି ଟୁକୁନି ସାହୁ ନୁହଁନ୍ତି ସୋନପୁରର ଜଣେ ମନ୍ତ୍ରୀ, ବୌଦ୍ଧର ଜଣେ ମନ୍ତ୍ରୀ ଏବଂ ବରଗଡର ଜଣେ ପୂର୍ବତନ ମନ୍ତ୍ରୀଙ୍କ ସହ ବଳଦେବ ସାହୁ ସନ୍ସ କଂପାନୀ ସହ ଲିଙ୍କ ରହିଛି। ଘଟଣାର ତଦନ୍ତ ଦାୟିତ୍ବ ରାଜ୍ୟ ସରକାରଙ୍କ ପକ୍ଷରୁ ସିବିଆଇକୁ ଦିଆଯାଉ ବୋଲି ଦାବି କରିଛି ବିଜେପି।

Advertisment

ଅନ୍ୟପଟେ କଂଗ୍ରେସ କହିଛି ଓଡିଶାରେ ଶାସକ ଦଳକୁ ଫଣ୍ଡିଂ ଆସିଥିଲା ସେହି ମଦ ବ୍ୟବସାୟୀଙ୍କ ଠାରୁ। ଅଭିଯୋଗକୁ ଖଣ୍ଡନ କରି ବିଜେଡି କହିଛି ଏଥିରେ ରାଜନୈତିକ ପୃଷ୍ଠପୋଷକତା ନାହିଁ, ଦୋଷୀ ନିଶ୍ଚିତ ଦଣ୍ଡ ପାଇବ।

ଏସବୁ ଭିତରେ ଆଜି ବି ଜାରି ରହିଛି ରେଡ୍। କିନ୍ତୁ ସାଂସଦ ଧୀରଜ ସାହୁଙ୍କ ସହ ବଳଦେବ ସନ୍ସ କଂପାନୀର କଣ ସଂପର୍କ ସେ ଏଯାଏଁ ସ୍ପଷ୍ଟ ହୋଇନି ।

Narendra Modi PM Modi IT Raid
Advertisment
Advertisment