/odishatv-khabar/media/post_attachments/uploadimage/library/16_9/16_9_0/PPF_1743670785.jpg)
PPF
ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା PPF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର। PPF ଆକାଉଣ୍ଟରେ ନୋମିନି ପରିବର୍ତ୍ତନ ପାଇଁ ଆଉ ପଡ଼ିବନି ଚାର୍ଜ। ଆର୍ଥିକ ସଂସ୍ଥା ଗୁଡ଼ିକ ଏନେଇ ଆଗରୁ ଯେଉଁ ଚାର୍ଜ କରୁଥିଲେ ଆଉ ପଡ଼ିବନି । ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
Advertisment
ଅଧିକ ପଢ଼ନ୍ତୁ: ସଞ୍ଚୟ କରିବାକୁ ଚାହୁଁଛନ୍ତି କି ? PPFରେ କରନ୍ତୁ ନିବେଶ, ପାଇବେ ଭଲ ରିଟର୍ଣ୍ଣ
କେନ୍ଦ୍ର ଅର୍ଥମନ୍ତ୍ରୀ ନିଜ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ,କେନ୍ଦ୍ର ସରକାର ଗତ ୨ତାରିଖରେ ନିୟମ ପରିବର୍ତ୍ତନ କରିଛନ୍ତି । ୨୦୨୫ ମସିହା ବ୍ୟାଙ୍କିଙ୍ଗ ଆମେଣ୍ଡମେଣ୍ଟ ବିଲରେ ଏନେଇ ବ୍ୟବସ୍ଥା ଥିବା ଜଣାଇଛନ୍ତି ଅର୍ଥମନ୍ତ୍ରୀ ।
Advertisment
ସେ ଆହୁରି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ଏହି ପଦକ୍ଷେପ ଜମାକାରୀଙ୍କ ପାଇଁ ଅଧିକ ସହଜ ଓ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି। ଯାହା ବ୍ୟାଙ୍କିଙ୍ଗ ପ୍ରକ୍ରିୟାକୁ ସରଳ କରିବା ସହ ନାଗରିକଙ୍କ ଆର୍ଥିକ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିବ।
ଅଧିକ ପଢ଼ନ୍ତୁ: PPF, EPF, GPF ମଧ୍ୟରେ କ’ଣ ପାର୍ଥକ୍ୟ, କ’ଣ ଫାଇଦା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)