/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699172205.jpg)
30 migrant workers rescued in Bolangir, 3 middlemen detained
କଣ୍ଟାବାଞ୍ଜିରେ ଥମୁନି ବେଆଇନ ଦାଦନ ଚାଲାଣ l ବେଆଇନ ଚାଲାଣବେଳେ ୩୦ ଦାଦାନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଗୋଟିଏ ବୋଲେରୋ ଗାଡି ଜବତ ସହ ୩ଜଣ ଦଲାଲକୁ ଅଟକ ରଖି ପୋଲିସର ପଚରାଉଚରା କରୁଛି । ବିଳମ୍ବିତ ରାତିରେ ରେଲୱେ ଷ୍ଟେସନ ପାଖରୁ ଦୁଇଟି ପୃଥକ ପୃଥକ ବେଆଇନ ଚାଲାଣ ହେଉଥିଲା ।
ଏଥିରେ ୨୧ଜଣ ପୁରୁଷ, ୯ଜଣ ମହିଳା ଓ ୪ ଜଣ ଛୋଟ ଛୁଆ ଉଦ୍ଧାର ହୋଇଛନ୍ତି । ଏମାନେ ସମସ୍ତେ ବେଳପଡା, ପାଟଣାଗଡ଼ ଓ ଦେଓଗାଁ ଥାନା ଅଞ୍ଚଳର ବୋଲି ଜଣାପଡିଛି । କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ବାହାର ରାଜ୍ୟକୁ ଚାଲାଣ ବେଳେ ଖବର ପାଇ ଦାଦନ ଶ୍ରମିକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା ପୋଲିସ l ପଚରାଉଚରା ବେଳେ କାହାରି ପାଖରେ କାଗଜପତ୍ର ନବାରୁ ବେଆଇନ
ଭାବେ ଚାଲାଣ ହେଉଥିବା ଜଣାପଡ଼ିଛି l ତେବେ ଗାଁରେ ଶ୍ରମିକମାନଙ୍କୁ କାମ ମିଳୁ ନଥିବାବେଳେ ମାସ ମାସ ଧରି ପ୍ରାପ୍ୟ ମଧ୍ୟ ପାଉ ନାହାନ୍ତି । ଫଳରେ ଲୋକେ ବାଧ୍ୟ ହୋଇ ସର୍ଦାର ପାଖରୁ ଟଙ୍କା ନେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା କହିଛନ୍ତି ଶ୍ରମିକ ।
ଘଟଣାରେ ଗୋଟିଏ ବୋଲେରୋ ଗାଡି ଜବତ କରିବା ସହ ୩ଜଣ ଦଲାଲକୁ ଅଟକ ରଖି ପଚରାଉଚରା କରୁଛି କଣ୍ଟାବାଞ୍ଜି ପୋଲିସ l ସେପଟେ ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)