• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମିଳିଲା ନିଖୋଜ ଯୁବ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍‌ଙ୍କ ମୃତଦେହ । ପିକ୍‌ନିକ୍‌ କରିବାକୁ ଯାଇ ଯୁବ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ରାକେଶ ପୁରୋହିତ ନିଖୋଜ ଥିଲେ ।  ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଜାମୁଟ ଗାଁର ଗଦଗଦା ଜଳପ୍ରପାତରେ ସେ ନିଖୋଜ ହୋଇଯାଇଥିଲେ । ନିଜର ୪ ଜଣ ସାଙ୍ଗଙ୍କ ସହ ସେ ପିକ୍‌ନିକ୍‌ କରିବାକୁ ଯାଇଥିଲେ ।

ସୂଚନା ଅନୁସାରେ, ଗତ ୧୮ ତାରିଖରେ ରାକେଶ ୪ ଜଣ ସାଙ୍ଗଙ୍କ ସହ ଗଦଗଦା ଜଳପ୍ରପାତ ନିକଟକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ନିଖୋଜ ହୋଇଯାଇଥିଲେ । ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । 

ତୁଷରା ପୋଲିସ, ଗୁଡଭେଲା ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ୨ ଦିନ ଧରି ଖୋଜାଖୋଜି କରିବା ପରେ ଗଦଗଦାଠାରୁ ୫୦ ମିଟର ଦୂରରେ ରାକେଶଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି । ରାକେଶଙ୍କର ଛୋଟ ଝିଅ ଅଛି । ଅନ୍ୟପକ୍ଷେ, ପୋଲିସ୍‌ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ।