Advertisment

Crime Story: ବିଳମ୍ବିତ ରାତିରେ ସମସ୍ତଙ୍କ ନିଦ ଭାଙ୍ଗୁଥିବା ସେଇ ରହସ୍ୟମୟୀ ମହିଳା କ’ଣ ଭୂତ ?

ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରର କବାଟ ବାଡ଼େଇବା ଭିଡିଓ ଭାଇରାଲ ହେବା ପରେ ଚନ୍ଦନନଗର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଥିଲା। ଏହା ପରେ ପୁଲିସ ଟିମ୍ ସତ ଜାଣିବାକୁ ଉଦ୍ୟମ କରିଥିଲା। ଏହା କୌଣସି ଭୂତ ପ୍ରେତ କିମ୍ବା ଚୋର ଦଳଙ୍କ କାମ ବୋଲି ପ୍ରଥମେ ସନ୍ଦେହ ହୋଇଥିଲା। ସିସିଟିଭି ଯାଞ୍ଚ କରି ସେହି ମହିଳାଙ୍କୁ ପୁଲିସ ଠାବ କରିଥିଲା।

author-image
Puspanjali Panda
ଅଦ୍ୟତନ ହୋଇଛି
ରାତି ଅଧରେ ରହସ୍ୟମୟୀ ମହିଳା

ରାତି ଅଧରେ ରହସ୍ୟମୟୀ ମହିଳା

ରାତି ଅଧରେ ଜଣେ ମହିଳା ସମସ୍ତଙ୍କ ଘରର କଲିଂ ବେଲ୍ ବଜାଉଥିଲେ। ଯିଏ କବାଟ ଖୋଲୁନଥିଲା, ମହିଳା ଜଣକ ଘର ବାହାରେ କାନ୍ଦୁଥିଲେ। କବାଟ ଖୋଲିଲେ ମହିଳା ଜଣକ କେଉଁଆଡ଼େ ଗାଏବ ହୋଇଯାଉଥିଲେ। ଏଭଳି କାଣ୍ଡ ମଧ୍ୟପ୍ରଦେଶର ଗ୍ବାଲିୟର ଚନ୍ଦନ ନଗର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। କଲୋନୀ ଲୋକେ ଭୟରେ ଦିନ କାଟୁଥିଲେ। ରାତି ହେଲେ ସମସ୍ତଙ୍କ ଛାତିରେ ଛନକା ପଶୁଥିଲା। କିନ୍ତୁ ପୁଲିସ ଯେତେବେଳେ ମହିଳାଙ୍କ ସିସିଟିଭି ଭିଡିଓ ହସ୍ତଗତ କଲା, ସେତେବେଳେ ଏହି ରହସ୍ୟମୟୀ ମହିଳାଙ୍କ ସମ୍ପର୍କରେ ବଡ଼ ପର୍ଦ୍ଦାଫାସ ହୋଇଛି।

Advertisment

ସିସିଟିଭି ଭିଡିଓ କଲା ପର୍ଦ୍ଦାଫାସ

ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରର କବାଟ ବାଡ଼େଇବା ଭିଡିଓ ଭାଇରାଲ ହେବା ପରେ ଚନ୍ଦନନଗର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଥିଲା। ଏହା ପରେ ପୁଲିସ ଟିମ୍ ସତ ଜାଣିବାକୁ ଉଦ୍ୟମ କରିଥିଲା। ଏହା କୌଣସି ଭୂତ ପ୍ରେତ କିମ୍ବା ଚୋର ଦଳଙ୍କ କାମ ବୋଲି ପ୍ରଥମେ ସନ୍ଦେହ ହୋଇଥିଲା। ସିସିଟିଭି ଯାଞ୍ଚ କରି ସେହି ମହିଳାଙ୍କୁ ପୁଲିସ ଠାବ କରିଥିଲା। 

କିଏ କହିଲା ଭୂତ ତ ଆଉ କିଏ ଚୋର

୨୦୨୪ ଜୁନ ୮ରେ ଜଣେ ମହିଳା ବିଳମ୍ବିତ ରାତିରେ ତିନୋଟି ଘରର କବାଟ ବାଡ଼େଇଥିଲେ। ଏହା ପରେ ଆଖପାଖରେ ବିଭିନ୍ନ ଗୁଜବ ପ୍ରଚାରିତ ହୋଇଥିଲା। କିଏ କହୁଥିଲା ଭୂତ ପ୍ରେତ ଏଭଳି କାଣ୍ଡ ଘଟାଉଛନ୍ତି ତ ଆଉ କିଏ ଚୋର ଦଳର ସଦସ୍ୟଙ୍କୁ ସନ୍ଦେହ କରିଥିଲେ। ଭିଡିଓଟି ଭାଇରାଲ ହେବା ପରେ ଏସପି ଧରମବୀର ସିଂହ ଏହି ରହସ୍ୟର ପର୍ଦ୍ଦାଫାସ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ। ସିସିଟିଭି ଫୁଟେଜ୍ ସାହାଯ୍ୟରେ ଭୟର କାରଣ ହୋଇଥିବା ମହିଳାଙ୍କୁ ଚିହ୍ନଟ କରାଯାଇଥିଲା।

Advertisment

ପୂରା ଘଟଣା କ’ଣ ?

ଭିଡିଓରେ କବାଟ ଠକ୍ ଠକ୍ କରୁଥିବା ମହିଳା ଆପାଗଞ୍ଜ ଥାନା ନିକଟରେ ତାଙ୍କ ପୁରୁଷ ବନ୍ଧୁ ଭିକିଙ୍କ ସହ ଲିଭ୍-ଇନ୍ ସମ୍ପର୍କରେ ଥିଲେ। ମହିଳା ଜଣକ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ପାଇଛନ୍ତି ଏବଂ ତାଙ୍କର ଏକ ଛଅ ବର୍ଷର ଝିଅ ମଧ୍ୟ ଅଛି। ୨୦୨୪ ଜୁନ୍ ୮ ତାରିଖରେ ତାଙ୍କର ଭିକି ଶାକ୍ୟଙ୍କ ସହ ଝଗଡ଼ା ହୋଇଥିଲା। ସେ ତାଙ୍କୁ ଛାଡି କେଉଁଆଡ଼େ ଚାଲିଯାଇଥିଲେ। ଏହା ପରେ ମହିଳା ଜଣକ ଭିକିଙ୍କୁ ଖୋଜିବା ପାଇଁ କାନ୍ଦୁଥିବା ସମୟରେ ଚନ୍ଦନ ନଗରର କିଛି ଘରର କବାଟ ବାଡ଼େଇ ତାଙ୍କୁ ଖୋଜିଥିଲେ।

କେମିତି ହେଲା ପ୍ରେମିକ ସହ ପରିଚୟ

ଭିକି ଏକ ଦୋକାନରେ କାମ କରନ୍ତି ଏବଂ ପ୍ରାୟ ଛଅ ବର୍ଷ ତଳେ ମହିଳାଙ୍କୁ ଭେଟିଥିଲେ। ସେବେଠାରୁ ତାଙ୍କ ସହିତ ରହୁଥିଲେ। ସେମାନେ ଉଭୟ ବିବାହ କରିବାକୁ ଚାହୁଁଥିଲେ। ବିବାଦ ହେବାରୁ ଭିକି କେଉଁଆଡ଼େ ଚାଲିଯିବାରୁ ମହିଳା ଜଣକ ଏଭଳି ଘର ଘର ବୁଲି ତାଙ୍କୁ ଖୋଜିଥିଲେ। ଏଥିରେ ମହିଳାଙ୍କ ଅନ୍ୟ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। ଭିକିଙ୍କୁ ପୁଲିସ ପଚରାଉଚରା ସମୟରେ ଏଭଳି ଘଟଣା ସାମନାକୁ ଆସିଛି। ଯାହା ପୁରା ଘଟଣା ପଛରେ ଥିବା ରହସ୍ୟ ଉନ୍ମୋଚନ କରିପାରିଛି। 

Woman Mysterious Madhyapradesh
Advertisment
Advertisment