/odishatv-khabar/media/post_attachments/uploadimage/library/16_9/16_9_0/SBI_1702353285.jpg)
SBI
ମଦ ଟଙ୍କା ରଖିବାକୁ ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଜାଗା ନାହିଁ । ଷ୍ଟ୍ରଙ୍ଗରୁମରେ ୩୫୦ କୋଟି ଟଙ୍କା ରହିପାରିବ। ବ୍ୟାଙ୍କର ନିୟମିତ କାରବାର ଟଙ୍କାକୁ ଛାଡ଼ି କେବଳ ମଦ ଟଙ୍କା ମିଳିଛି ୩୩୦ କୋଟିରୁ ଅଧିକ ଟଙ୍କା । ଏତେ ଟଙ୍କା ରଖିବାକୁ ଷ୍ଟ୍ରଙ୍ଗ୍ ରୁମରେ ଜାଗା ନାହିଁ। ଏ ସଂପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ଉପରିସ୍ଥ ଅଧିକାରୀ ଓ ଆରବିଆଇକୁ ଅବଗତ କରିଛନ୍ତି।
ସେପଟେ ସପ୍ତମ ଦିନରେ ଜାରି ରହିଛି ଆଇଟି ରେଡ୍ । ଟଙ୍କା ଗଣତି ତ ସରିଛି । ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟି ପାଲଟିଛି ଆଇଟି ଟିମ୍ର ଅସ୍ଥାୟୀ ଅଫିସ । ସେଠାରେ ସମସ୍ତ ଅଭିଯୁକ୍ତ ଓ ଭାଟି କର୍ମଚାରୀଙ୍କୁ ତୁହାକୁ ତୁହା ଜେରା କରାଯାଉଛି । ଜେରାରୁ ମିଳୁଥିବା ସୂଚନାରୁ ବାହାରେ କରାଯାଉଛି ରେଡ୍ । ଆଜି ବି ଟିଟିଲାଗଡ଼ର କିଛି ସ୍ଥାନରେ ରେଡ୍ ହେବାର ସୂଚନା ମିଳିଛି ।
ଟିଟିଲାଗଡ଼ରେ ଦୀପକ ଓ ସଂଜୟ ସାହୁଙ୍କ ଲିଙ୍କର ତନାଘନା ବି ଜାରି ରହିଛି। ଗତକାଲି ଟିଟିଲାଗଡ଼ର ଏକ ବ୍ୟାଙ୍କ ଲକରରୁ ମିଳିଛି ବିପୁଳ ସୁନା ଅଳଙ୍କାର କୁହାଯାଉଛି, ସେହି ଅଳଙ୍କାର ସବୁ ଟିଟିଲାଗଡ ମଦ ବ୍ୟବସାୟୀ ସଂଜୟ ସାହୁଙ୍କର। ବଲାଙ୍ଗିର, ଟିଟିଲାଗଡ, ସମ୍ବଲପୁର ସହ ରାଞ୍ଚି ଓ ପଶ୍ଚିମବଂଗରେ ଆୟକର ବିଭାଗର ଘନଘନ ରେଡ୍ ପରେ ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଲିଙ୍କରେ ମିଳିଲାଣି ତିନିଶହ ତିରିଶ କୋଟିରୁ ଅଧିକ ଟଙ୍କା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)