• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପୁଣି ମିଳିଲା ପେଟି ପେଟି ଟଙ୍କା । ଆଉ ଜଣେ ମଦଭାଟି ମ୍ୟାନେଜରଙ୍କ ଘରେ ପୁଣି ଠାବ ହେଲା ଟଙ୍କାର ପାହାଡ଼ । ବଲାଙ୍ଗିର ଜିଲ୍ଲା ସୁଦପଡ଼ା ସ୍ଥିତ ମଦଭାଟି ମ୍ୟାନେଜର ବଣ୍ଟିଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରି ପ୍ରାୟ ୨୦ ପେଟି ଟଙ୍କା ଜବତ କରିଛି ।

ପୋଲିସ୍‌ ଉପସ୍ଥିତିରେ ଆୟକର ଟିମ୍ ସଦସ୍ୟ ଏହାକୁ ଜବତ କରି SBI ଶାଖାକୁ ନେଇଛନ୍ତି । ପ୍ରଥମେ ମ୍ୟାନେଜର ବଣ୍ଟିଙ୍କ ଘରୁ ଟଙ୍କାକୁ ବ୍ୟାଗ୍‌ ଓ ପେଟିରେ ଭରି ପିକ୍‌ଅପ୍ ଭ୍ୟାନ୍‌ରେ ଲୋଡ୍ କରିଥିଲେ ଆୟକର ଟିମ୍ । ଏହାପରେ ସବୁ ଟଙ୍କାକୁ ଷ୍ଟେଟ୍‌ ବ୍ୟାଙ୍କକୁ ନିଆଯାଇଥିଲା । 

ତେବେ ମ୍ୟାନେଜରଙ୍କ ଘରୁ କେତେ ଟଙ୍କା ଜବତ ହୋଇଛି, ତାହା ଗଣତି ପରେ ସ୍ପଷ୍ଟ ହେବ । ଆୟକର ଓ ବ୍ୟାଙ୍କ୍ ଅଧିକାରୀଙ୍କ ପାଇଁ ଟଙ୍କା ଗଣତି ବି କାଠିକର ପାଠ ହୋଇଛି । ଏତେ ଟଙ୍କା ଜବତ ହୋଇଛି ଯେ, ବ୍ୟାଙ୍କ କର୍ମଚାରୀଙ୍କୁ ୨ଟି ସିଫ୍ଟରେ ନିୟୋଜିତ କରାଯାଇଛି ।

ପାଖ ବ୍ୟାଙ୍କରୁ ପ୍ରାୟ ୧୦ଟି ଟଙ୍କା ଗଣିବା ମେସିନ୍ ମଗାଯାଇଛି । ଟଙ୍କା ଗଣିବା ବେଳେ ମେସିନ ଖରାପ ହୋଇଯାଉଥିବା ମଧ୍ୟ କୁହାଯାଉଛି । ଏଠାରେ ପ୍ରଶ୍ନ ଉଠୁଛି, ଏତେ ଟଙ୍କା କେଉଁଠୁ ଆସିଲା ? କିଏ ରଖିଥିଲା ? କାହାର ଏହି ଟଙ୍କା, ଏସବୁକୁ ନେଇ ଏବେ ତଦନ୍ତ ଚାଲିଛି ।