/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699516158.jpg)
Vigilance Raid
କିଛିଦିନି ହେବ ନେତା ମନ୍ତ୍ରୀ, ସରକାରୀ ଅଧିକାରୀ/କର୍ମଚାରୀ ଓ ବଡ଼ବଡ଼ ଶିଳ୍ପପତିଙ୍କ ଘରେ ଭିଜିଲାନ୍ସ ଓ ଆୟକର ବିଭାଗର ତନାଘନା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଆୟ ବହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ତଥା ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।
Advertisment
ସୁଦର୍ଶନ ବେହେରାଙ୍କ ସାକ୍ଷୀଗୋପାଳ ଏକ ନର୍ସିଂ ହୋମ୍ ସହିତ ପୁରୀ ସଦର ଓ ଗୋପ ସ୍ଥିତ ଘରେ ଚଢଉ ଚାଲିଛି । ଏଥିସହ ତାଙ୍କ ସ୍ତ୍ରୀ ରହୁଥିବା ସମ୍ବଲପୁର CRPF କ୍ୟାମ୍ପସରେ ଚଢଉ ହୋଇଛି ।
ଏହା ବ୍ୟତିତ ସୁଦର୍ଶନଙ୍କ ଗୋପ ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର ଓ ବଲାଙ୍ଗିର ସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ରେଡ୍ ଚାଲିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)