Advertisment

ଖାଲି ଦେଶୀ ମଦ ବେପାର ନା ଅନ୍ୟ କେଉଁ ବାଟରୁ ଆସିଛି ଏହି ଟଙ୍କା ?

ଓଡ଼ିଶାରେ ଚର୍ଚ୍ଚିତ ଓ ବଡ଼ ଆୟକର ରେଡ୍ । ରେଡକୁ ନେଇ ସାରା ଦେଶ ତାଟକା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Desi Liquor

ଓଡ଼ିଶାରେ ଦେଶୀ ମଦର ସାମ୍ରାଜ୍ୟ କେତେ ବଡ଼ ? ରାଜ୍ୟରେ କେତେ ଲୋକ ପିଉଛନ୍ତି ଦେଶୀ ? ଦେଶୀ ମଦ କାରାବାରରେ ହେଉଛି କି ସ୍କାମ ? ଅସାଧୁ ମଦ ବେପାରୀଙ୍କ ସାମ୍ରାଜ୍ୟ କେବଳ ପଶ୍ଚିମ ଓଡ଼ିଶାରେ ସୀମିତ, ନା ଏହା କବଳରେ ସାରା ଓଡ଼ିଶା ? କେମିତି ଅସାଧୁ ଉପାୟରେ କୋଟି କୋଟି କମାଉଛନ୍ତି ମଦ ବେପାରୀ ?

Advertisment

ବଲାଙ୍ଗୀର ଓ ଅନ୍ୟାନ୍ୟ ସ୍ଥାନରେ ଆୟକର ବିଭାଗର ରେଡ୍‌ରେ ୩୩୦ କୋଟିରୁ ଅଧିକ ହାର୍ଡ କ୍ୟାସ୍ ଜବତ ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଏବେ ଏମିତି ଅନେକ ପ୍ରଶ୍ନ। ବଳଦେବ ସାହୁ ଆଣ୍ଡ ସନ୍ସଙ୍କ ଠାରୁ ଜବତ ହୋଇଥିବା ଟଙ୍କା କଣ ଅସାଧୁ ଉପାୟରେ କମାଇଥିଲେ କି ? କୁହାଯାଉଛି ଦଶନ୍ଧି ଦଶନ୍ଧି ଧରି ବଲାଙ୍ଗୀରର ମଦ ପ୍ରସ୍ତୁତ କାରଖାନା ଏବଂ ଶତାଧିକ ମଦଭାଟି ରହିଛି ବଳଦେବ ସାହୁଙ୍କ କମ୍ପାନୀ ନାଁରେ।

ପ୍ରଶ୍ନ ଉଠୁଛି, କାହିଁକି ଏତେ ଦିନ ଧରି ଜଣଙ୍କ ନାଁରେ ରିନ୍ୟୁ ହୋଇ ଚାଲିଥିଲା ଲାଇସେନ୍ସ। ପୂର୍ବତନ ଅବକାରୀ ଅଧିକାରୀଙ୍କ ମତରେ ରାଜ୍ୟ ସରକାରଙ୍କ ଅବକାରୀ ନୀତି ଯୋଗୁଁ ୧୯୯୫ ମସିହାରୁ ରାଜ୍ୟରେ କୌଣସି ମଦ ଦୋକାନ କିମ୍ବା ଦେଶୀ ଭାଟି ଏବଂ ପ୍ରସ୍ତୁତି କାରଖାନାର ଅକ୍ସନ କରୁନାହାନ୍ତି ସରକାର। ଅବକାରୀ ନୀତି ଅନୁସାରେ କେବଳ ନୂଆ ଦୋକାନ କିମ୍ବା ଭାଟି ଖୋଲିଲେ ତାର ନିଲାମ ପାଇଁ ବ୍ୟବସ୍ଥା ରହୁଛି। ଯାହା ଦ୍ବାରା ପ୍ରତିବର୍ଷ କେବଳ ଲାଇସେନ୍ସଗୁଡିକୁ ରିନ୍ୟୁ କରୁଛନ୍ତି ସରକାର। ଯେଉଁଥି ପାଇଁ ବଳଦେବ ସାହୁଙ୍କ ପରି ବଡ ବଡ ବେପାରୀ ଏତେ ବଡ ସାମ୍ରାଜ୍ୟ ବିସ୍ତାର କରୁଛନ୍ତି।

Advertisment

ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେର ତଥ୍ୟ କହୁଛି ରାଜ୍ୟର ଗ୍ରାମାଞ୍ଚଳରେ ପ୍ରାୟ ୩୦.୨ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି। ସେମାନଙ୍କ ମଧ୍ୟରୁ ଦେଶୀ ମଦ ବା ମହୁଲି ଅଧିକ ପିଇଥାନ୍ତି। ୨୨ଟି ଜିଲ୍ଲାରେ ରହିଛି ୫୫୧ ଦେଶୀ ଭାଟି। ଏବେ ନଜର ପକାନ୍ତୁ କେମିତି ଅସାଧୁ ଉପାୟରେ ଚାଲେ ମଦ ବେପାର।

ସାଧାରଣତଃ ମହୁଲ ପୋଚରୁ ଦେଶୀ ମଦ ତିଆରି ହୋଇଥାଏ। ୧ କିଲୋ ପୋଚରୁ ୧ ଲିଟର ୪୦୦ ମିଲିଲିଟିର ମଦ ତିଆରି ହୁଏ। ମହୁଲ ଫୁଲକୁ ୩ ଦିନରେ ପାଣିରେ ରଖିଲେ ତାହା ପୋଚରେ ପରିଣିତ ହୋଇଥାଏ। ଏଥି ସହ ଚିନି ଏବଂ ଗୁଡର ମଧ୍ୟ ବ୍ୟବହାର କରାଯାଏ। କିନ୍ତୁ ଅଭିଯୋଗ ଆସେ କିଛି ଅସାଧୁ ବ୍ୟବସାୟୀ ଏହାକୁ ଅପମିଶ୍ରଣ କରିଥାନ୍ତି। ଶୀଘ୍ର ପୋଚ ତିଆରି ପାଇଁ କେମିକାଲ ମଧ୍ୟ ପ୍ରୟୋଗ କରନ୍ତି। ବଡ କଥା ହେଉଛି ମଦ ପ୍ରସ୍ତୁତକାରୀ କାରଖାନା କେତେ ପୋଚ କିଣେ ଆଉ କେତେ ମଦ ତିଆରି କରେ ସେ ନେଇ ରେଗୁଲାର ଯାଞ୍ଚ ବି ହେଉନାହିଁ। ଯାହାଫଳରେ ଅପମିଶ୍ରିତ ମଦ ବିକି କୋଟି କୋଟି କମାଉଛନ୍ତି ଅସାଧୁ ବ୍ୟବସାୟୀ। 

ଏସବୁ ପ୍ରଶ୍ନ ଭିତରେ ଆଜି ଅବକାରୀ କମିଶନର କହିଛନ୍ତି ବଳଦେବ ସାହୁ ଆଣ୍ଡ ସନ୍ସ ସଂପର୍କରେ ବିଭାଗୀୟ ଯାଞ୍ଚ ଆରମ୍ଭ ହୋଇଛି। ଅବକାରୀ ନୀତି ଅନୁସାରେ ସମସ୍ତ କାଗଜପତ୍ର ଠିକ୍ ଅଛି ନା ନାହିଁ ତାର ଯାଞ୍ଚ କରାଯାଉଛି । ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟରେ ପ୍ରାୟ ସମସ୍ତ ମଦ ଭାଟି ଏବଂ କାରଖାନା ସଂପର୍କରେ ଖୋଳତାଡ କରୁଛି ବିଭାଗ।

IT Raid
Advertisment
Advertisment