Advertisment

ପ୍ରିନ୍ସପାଲଙ୍କର ଅଚଳାଚଳ ସମ୍ପତ୍ତି; ବାହାରିଲାଣି ୨୮ଟି ପ୍ଲଟ, ୩ ବହୁତଳ କୋଠା

ତାଙ୍କର ୧୯ ଲକ୍ଷ ଟଙ୍କାର ଜମାରାଶି ସମ୍ପର୍କରେ ସୂଚନା ମିଳିଛି ।ସେପଟେ ସୁଦର୍ଶନଙ୍କ ୩୨୩୨ ନମ୍ବରରେ ୩ଟି ଦାମୀ କାର ସହ ୩୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ ମଧ୍ୟ ରହିଛି।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Odisha Ayurvedic college principal in Vigilance net: Cash, plots and vehicles seized

Odisha Ayurvedic college principal in Vigilance net: Cash, plots and vehicles seized

ପ୍ରିନ୍ସପାଲଙ୍କର ଅଚଳାଚଳ ସମ୍ପତ୍ତି ।୨୮ଟି ପ୍ଲଟ, ୩ଟି ବହୁତଳ କୋଠା, ୩ଟି ଦାମୀ କାର ଠାବ ହୋଇଛି ।ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ କଲେଜ୍ ଓ ହସ୍ପିଟାଲର ପ୍ରିନସପାଲ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ରେଡ୍ କରି ଏସବୁ ପାଇଛି ଭିଜିଲାନ୍ସ ।

Advertisment

ତାଙ୍କ ବଲାଙ୍ଗିର ଅଫିସ, ଘର, ସମ୍ପର୍କୀୟଙ୍କ ଘରେ ରେଡ୍ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ସମ୍ପର୍କରେ ସୂଚନା ପାଇଛି ଭିଜିଲାନ୍ସ ।ପୁରୀର ସାକ୍ଷୀଗୋପାଳ ବ୍ଲକ ଛକରେ ୪ ମହଲା କୋଠା, ସତ୍ୟବାଦୀର ଶ୍ରୀରାମଚନ୍ଦ୍ରପୁରରେ ଦୁଇ ମହଲା କୋଠା, ଗୋପ ସୋରିଷିଆପଦାରେ ଏକ କୋଠା ସହ ପିପିଲି, ସତ୍ୟବାଦୀ ଆଦି ସ୍ଥାନରେ ୧୫ରୁ ଅଧିକ ପ୍ଲଟ ରହିଛି ।

ତାଙ୍କର ୧୯ ଲକ୍ଷ ଟଙ୍କାର ଜମାରାଶି ସମ୍ପର୍କରେ ସୂଚନା ମିଳିଛି ।ସେପଟେ ସୁଦର୍ଶନଙ୍କ ୩୨୩୨ ନମ୍ବରରେ ୩ଟି ଦାମୀ କାର ସହ ୩୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ ମଧ୍ୟ ରହିଛି।

Advertisment

ଅନ୍ୟପଟେ ମଧ୍ୟ ଭୁବନେଶ୍ୱର ପିଏଚ୍ ଡିଭିଜନର କୋଟିପତି ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।ତାଙ୍କ ଆୟଠାରୁ ସେ ୩୩୮ ପ୍ରତିଶତ ଅଧିକ ଆୟ ବହିର୍ଭୁତ ସଂପତ୍ତି ଠାବ କରିଥିବା ସୂଚନା ଦେଇଛି ଭିଜିଲାନ୍ସ । ତାଙ୍କ ନିକଟରୁ ୪ କୋଟିର ଜମା, ୩ଟି କୋଠା, ୬ଟି ପ୍ଲଟ ସହ ବିପୁଳ ସଂପତ୍ତି ଠାବ ହୋଇଛି ।

Vigilance Raid
Advertisment
Advertisment